କନକ ବ୍ୟୁରୋ : ବୌଦ୍ଧ ଜିଲ୍ଲାରେ ମାଟି ଖୋଳିଲେ ମିଳୁଛି ରତ୍ନପଥର । ଲୋକ ମାଟି ଖୋଳି ରତ୍ନପଥର ସଂଗ୍ରହ କରୁଥିବା ବେଳେ ପଥର ମାଫିଆ ଏହାର ଫାଇଦା ନେଉଛନ୍ତି । ପଥରକୁ କିଲୋ ହିସାବରେ ଶାଗମାଛ ଦରରେ କିଣି ନେଉଛନ୍ତି ମାଫିଆ । ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାନ୍ତି ।
ବୌଦ୍ଧ ଜିଲ୍ଲା ବଘିଆପଡ଼ା ଖୁଣ୍ଟିଆପଡ଼ା ଗାଁଲୋକ କୋଡ଼ିରେ ମାଟି ଖୋଳି ପଥର ସଂଗ୍ରହ କରି ସ୍ଵଚ୍ଛ ତଥା ଧଳା ପଥରକୁ ଧୋଇ ରଖୁଛନ୍ତି । ୩ ଦିନ ତଳେ ରାସ୍ତା କାମ ବେଳେ ଠିକାଦାର ମାଟି ଖୋଳି ରାସ୍ତାରେ ପକାଇଥିଲେ । ସେଇ ମାଟିରେ ଚକଚକିଆ ପଥର ଦେଖିଥିଲେ ଗାଁଲୋକ । ତା’ପରେ ରତ୍ନପଥର ଖୋଜା ଆରମ୍ଭ ହୋଇଥିଲା । ଲୋକଙ୍କ ସରଳତାର ସୁଯୋଗ ନେଇ ମାଫିଆମାନେ କିଲୋ ହିସାବରେ ମାତ୍ର ୨୫ ଶହରୁ ୩ ହଜାର ଟଙ୍କାରେ ଏହି ପଥର କିଣି ନେଉଛନ୍ତି ।
୩ ଦିନ ବିତିଥିଲେ ବି ପ୍ରଶାସନ ପାଖରେ କୌଣସି ସୂଚନା ନାହିଁ । ଘଟଣାକୁ ଗୁରୁତ୍ୱର ସହ ନେଇ ମାଟି ଖୋଳା ସ୍ଥାନକୁ ସିଲ୍ କରିବା ସହ ବିଶେଷଜ୍ଞ ଟିମ ପହଞ୍ଚି ପଥର ଯାଞ୍ଚ କରିବା ଜରୁରୀ ହୋଇପଡ଼ିଛି । ସେହି ସ୍ଥାନରେ ମୁଲ୍ୟବାନ ରତ୍ନପଥର ଖଣି ଅଛି କି ତାହା ଯାଞ୍ଚ କରାଯିବା ଉଚିତ ବୋଲି ବୁଦ୍ଧିଜୀବୀ କହିଛନ୍ତି ।
ରତ୍ନପଥର ମିଳିବା ପରେ ବୌଦ୍ଧ ଜିଲ୍ଲାରେ ରତ୍ନଖଣିର ସନ୍ଧାନ ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/01/29/pmlWIo3vKmQT5HQa1VNf.jpg)