କନକ ବ୍ୟୁରୋ: ଜିବିଏସ ଆତଙ୍କ ଏବେ ବୃଦ୍ଧି ପାଇବାରେ ଲାଗିଛି । ଜିବିଏସ୍ ଭାଇରସ ଏବେ କରୋନା ପରି ଏକ ମହାମାରୀ ପାଲଟିଛି ବୋଲି କୁହାଯାଉଛି । ମହାରାଷ୍ଟ୍ରରେ କେବଳ ନୂଆ ସଂକ୍ରମିତ ମିଳୁନାହିଁ, ବରଂ ଏହା ଯୋଗୁଁ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଆଜି ମହାରାଷ୍ଟ୍ରରେ ଜିବିଏସ୍ ଭାଇରସ ଯୋଗୁଁ ଆଉ ଦୁଇଜଣଙ୍କର ମୃତ୍ୟୁ ଘଟିଛି ।
ମହାରାଷ୍ଟ୍ରର ପିମ୍ପରି ଚିଞ୍ଚୱାଡରେ ଗୁଇଲେନ ବାରେ ସିଣ୍ଡ୍ରୋମ ଜଣେ ରୋଗୀଙ୍କ ଜୀବନ ନେଇଛି । ସେହିପରି, ପୁଣେରେ ମଧ୍ୟ ଏହି ଭାଇରସ ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ପିମ୍ପରିର ମୃତକଙ୍କ ବୟସ ୩୬ ବର୍ଷ ଥିଲା । ମହାରାଷ୍ଟ୍ରରେ ଏହି ଜିବିଏସ୍ ଭାଇରସ ଯୋଗୁଁ ଏପର୍ୟ୍ୟନ୍ତ ଚାରି ଜଣଙ୍କର ମୃତ୍ୟୁ ହୋଇସାରିଛି । ପୁଣେରେ ସର୍ବାଧିକ ସଂଖ୍ୟକ ଜିବିଏସ୍ ଭାଇରସ ମାମଲା ରହିଛି। ବର୍ତ୍ତମାନ ସୁଦ୍ଧା ପୁଣେରେ ୧୩୦ ଜଣ ଜିବିଏସ୍ ଭାଇରସ ରୋଗୀ ଅଛନ୍ତି । ଦୁଇ ଦିନ ତଳେ ପଶ୍ଚିମବଂଙ୍ଗରେ ଜିବିଏସ ଭାଇରସ ଯୋଗୁଁ ୩ଜଣ ପ୍ରାଣ ହରେଇ ଥିଲେ।