ଶାରୀରିକ ସମ୍ପର୍କ ରଖିଲେ ମିଳିବ ଖାଦ୍ୟ, ଝିଅ-ବୋହୂଙ୍କୁ  ଯୌନ ସମ୍ପର୍କ ରଖିବାକୁ  ପ୍ରସ୍ତାବ

ଝିଅ-ବୋହୂଙ୍କୁ ଯୌନ ସମ୍ପର୍କ ରଖିବାକୁ ପ୍ରସ୍ତାବ । ଛାତି ଥରାଇ ଦେଉଛି ଗାଜାରୁ ଆସିଥିବା ଖବର ।

ଶାରୀରିକ ସମ୍ପର୍କ ରଖିଲେ ମିଳିବ ଖାଦ୍ୟ

ଶାରୀରିକ ସମ୍ପର୍କ ରଖିଲେ ମିଳିବ ଖାଦ୍ୟ Photograph: (KanakNews)

କନକ ବ୍ୟୁରୋ:  ଯଦି ଖାଦ୍ୟ  ଖାଇବାକୁ ଚାହୁଁଛନ୍ତି ତେବେ ଶାରୀରିକ ସମ୍ପର୍କ ରଖ । ଯୌନ ସମ୍ପର୍କ  ରଖିଲେ ଖାଇବାକୁ ଦିଆଯିବ ।  ନହେଲେ  ଏମିତି ଖାଦ୍ୟ ପାଇଁ  ଡହଳବିକଳ ହେଉଥିବ । ଗାଜାର ଖାଦ୍ୟ ସଙ୍କଟକୁ ନେଇ ଏହି  ଖବର ଏବେ ସାରା ବିଶ୍ବରେ ହଇଚଇ ସୃଷ୍ଟି କରିଛି । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଗାଜାରେ ଖାଦ୍ୟ ବଦଳରେ ମହିଳାମାନଙ୍କୁ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ  କରାଯାଉଛି ।  

ଯୁଦ୍ଧ ବର୍ବାଦ  କରିଦେଇଛି  ପୁରା ଗାଜା ସହରକୁ ।  ନା ଲୋକଙ୍କ ଚାକିରି ଅଛି ନା  ପେଟକୁ ମୁଠେ ଖାଇବାକୁ ଦାନା ଅଛି । ରହିବାକୁ ବାସସ୍ଥାନ ନାହିଁ । ଭାଙ୍ଗି ଯାଇଛି ସବୁ ଘର । ମୁଣ୍ଡ ଉପରେ ଛାତ ନାହିଁ ପେଟକୁ ଦାନା  ନାହିଁ । ଖାଦ୍ୟ ପାଇଁ ଆହାକାର । ଏହି ପରିସ୍ଥିତିରେ ଗାଜାର କିଛି ମହିଳାମାନେ ଯାହା  ଖାଦ୍ୟ ଏବଂ ରିଲିଫ୍‌ ବଦଳରେ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଛି । ରିପୋର୍ଟରେ କୁହାଯାଇଛି  ଗାଜାର କିଛି ମହିଳା ଦାବି କରିଛନ୍ତି ଯେ, ରିଲିଫ୍‌ ବାଣ୍ଟିବା ଦାୟିତ୍ବରେ ଥିବା ପୁରୁଷ ମାନେ ତାଙ୍କର ଶୋଷଣ କରୁଛନ୍ତି । ରିଲିଫ୍‌ ମାଗିବୁ ଯାଉଥିବା ମହିଳାମାନଙ୍କୁ ଶାରୀରିକ ସମ୍ପର୍କ ରଖିବକା ବାଧ୍ୟ କରାଯାଉଛି ବୋଲି ରିପୋର୍ଟରେ ଦର୍ଶାଯାଇଛି ।   

ଗାଜା ଉପରେ ଇସ୍ରାଏଲର ଆକ୍ରମଣ ୫ ମାସରୁ ଅଧିକ ସମୟ ଧରି ଚାଲିଛି । ଏହି ଯୁଦ୍ଧ ମଧ୍ୟରେ ଗାଜାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଖାଦ୍ୟ, ପାଣି, ଔଷଧ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖାଦେଇଛି । ଲୋକମାନେ ଭୋକିଲା ରହୁଛନ୍ତି ଏବଂ ରୋଗରେ ପଡୁଛନ୍ତି । ଖାସ୍ କରି, ଗାଜାର ମହିଳା ଏବଂ ଶିଶୁମାନେ ଏହି ଯୁଦ୍ଧର ସବୁଠାରୁ ବଡ଼ ଶିକାର ହୋଇଛନ୍ତି । ଗାଜାରେ ଅନେକ ମହିଳା ଖାଦ୍ୟ ବଦଳରେ ନିଜ ଶରୀର ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଏହା ଏକ ଅତ୍ୟନ୍ତ ଦୁଃଖଦ ତଥା ଚିନ୍ତାଜନକ ବାସ୍ତବତା ଯାହା ଯୁଦ୍ଧର ଭୟାବହତାକୁ ଦର୍ଶାଉଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe