କନକ ବ୍ୟୁରୋ : ଘମାଘୋଟ ଯୁଦ୍ଧରେ ଲାଗିବ ରୋକ, ଖୁବଶୀଘ୍ର ଗାଜା ଷ୍ଟ୍ରିପ୍ ଛାଡ଼ିବ ହମାସ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦେଇଥିବା ଗାଜା ଶାନ୍ତି ପ୍ରସ୍ତାବରେ ସହମତି ପ୍ରକାଶ କରିଛି ଏହି ଆତଙ୍କୀ ସଂଗଠନ। ବନ୍ଧକ ରଖିଥିବା ଇସ୍ରାଏଲି ନାଗରିକଙ୍କୁ ଛଡ଼ାଯିବ, ଏଥିସହ ଗାଜା ଷ୍ଟ୍ରିପର ଶାସନ ଡୋରକୁ ଏକ ସ୍ୱାଧୀନ ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବା ନେଇ ମଧ୍ୟ ସକାରାତ୍ମକ ଭାବନା ପ୍ରକାଶ କରିଛି ହମାସ । ତଥାପି ଏହି ଆତଙ୍କୀ ସଂଗଠନ ସ୍ପଷ୍ଟ କରିଛି ଯେ ଏହା ଯୋଜନା ଉପରେ କିଛି ସର୍ତ୍ତକୁ ନେଇ ଆଲୋଚନା କରାଯାଉଛି । ହମାସ ପକ୍ଷରୁ ଡୋନାଲ୍ଡ ଟ୍ରମ୍ପଙ୍କ ୨୦ ସୂତ୍ରୀ ଯୋଜନା ଉପରେ ଏହାର ସରକାରୀ ପ୍ରତିକ୍ରିୟା ଜାରି କରାଯାଇଛି । ଆମେରିକା ରାଷ୍ଟ୍ରପତି ହମାସକୁ ଶାନ୍ତି ପ୍ରସ୍ତାବ ଗ୍ରହଣ କିମ୍ବା ପ୍ରତ୍ୟାଖ୍ୟାନ କରିବା ପାଇଁ ରବିବାର ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ। ପ୍ରସ୍ତାବର ସର୍ତ୍ତାବଳୀରେ କୌଣସି ସଂଶୋଧନ କିମ୍ବା ଆଲୋଚନା ସମ୍ଭବ କି ନାହିଁ ତାହା ଟ୍ରମ୍ପ ସ୍ପଷ୍ଟ କରିନାହାଁନ୍ତି ଯଦିଓ ହମାସ ଏହା ଉପରେ ଆଲୋଚନା କରିବାକୁ ଚାହୁଛି । ତେବେ ଭବିଷ୍ୟତରେ ଇସ୍ରାଏଲ ବିରୋଧରେ ହମାସ ଅସ୍ତ୍ର ଛାଡ଼ିବ କି ନାହିଁ ଏହି ପ୍ରତିକ୍ରିୟାରେ ତାହା ସ୍ପଷ୍ଟ କରିନାହିଁ ।

Advertisment

ଘମାଘୋଟ ଯୁଦ୍ଧରେ ଲାଗିବ ରୋକ
ଗାଜା ଷ୍ଟ୍ରିପ୍‌କୁ ଫେରିବ ଶାନ୍ତି
ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବରେ ହଁ ଭରିଲା ହମାସ
ବନ୍ଧକ ରଖିଥିବା ଇସ୍ରାଏଲ ନାଗରିକଙ୍କୁ ଛାଡ଼ିବାକୁ ରାଜି
ସ୍ୱାଧୀନ ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବ ଶାସନ
ଏନେଇ ଟ୍ରମ୍ପଙ୍କ ସହ ଅଧିକ ଆଲୋଚନା ଚାହୁଛି ହମାସ
ଶାନ୍ତି ପ୍ରସ୍ତାବକୁ ନେଇ ହମାସକୁ ଡେଡଲାଇନ ଦେଇଥିଲେ ଟ୍ରମ୍ପ୍
ପ୍ରସ୍ତାବରେ ସହମତ ନହେଲେ କଡ଼ା କାର୍ଯ୍ୟାନୁଷ୍ଠାନର ଦେଇଥିଲେ ଚେତାବନୀ
ଭବିଷ୍ୟତରେ ଇସ୍ରାଏଲ ବିରୋଧରେ ହମାସ ଅସ୍ତ୍ର ଛାଡ଼ିବ କି ନାହିଁ କରିନି ସ୍ପଷ୍ଟ