କନକ ବ୍ୟୁରୋ :  ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଇରାନ । ଆମେରିକାରେ ସରକାର ପରିବର୍ତ୍ତନ ପରେ ଏବେ ସବୁଠି ଯୁଦ୍ଧ ବନ୍ଦର ପ୍ରୟାସ ଚାଲିଛି । କିନ୍ତୁ ମଧ୍ୟପ୍ରାଚ୍ୟରେ ନୂଆ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରୁଛି ମିଡିଲ ଇଷ୍ଟର ପ୍ରଭାବଶାଳୀ ଦେଶ ଇରାନ । ଇରାନ ଏକ ନୂଆ ଅତ୍ୟାଧୁନିକ ଡ୍ରୋନ୍ ନିର୍ମାଣ କରିଛି । କୁହାଯାଉଛି ବିଶ୍ବରେ ଯେତେ ଡ୍ରୋନ ଅଛି ଏହା ତା ତୁଳନାରେ ବଡ ଅଟେ ।

Advertisment

ଏହି ଡ୍ରୋନର ନାଁ ରଖାଯାଇଛି ଗାଜା । ପାଲେଷ୍ଟାଇନରେ ନିହତ ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏହି ଡ୍ରୋନ୍ ନିର୍ମାଣ କରିଛି ଇରାନ୍ । କୁହାଯାଉଛି ଏହି ଡ୍ରୋନରେ ଏକାଧିକ ଘାତକ ବୋମା ଏକା ସାଙ୍ଗରେ ଲୋଡ୍ କରାଯାଇ ପାରିବ । ଏହା ଆପେ ଆପେ ଠିକଣା ଖୋଜି ବୋମା ନେଇ ପକାଇ ଆସିପାରେ । ଏହି ଡ୍ରୋନକୁ ଇରାନ ଏହାର ସୀମାରେ ନିୟୋଜିତ କରିବାକୁ ଯାଉଛି । ଇରାନ ଏଭଳି 1000 ଡ୍ରୋନ୍ ନିର୍ମାଣ କରିଥିବା ଆନ୍ତର୍ଜାତିକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।