ଆଦିବାସୀ ଝିଅ ହେଲେ ସିଭିଲ୍ ଜଜ୍ …୨ ଦିନ ପୂର୍ବରୁ ଜନ୍ମ ଦେଇଥିଲେ ଛୁଆ ,୨୫୦ କି.ମି ଯାତ୍ରା କରି ଦେଲେ ପରୀକ୍ଷା

ଯେଉଁଠି କମ୍ ବୟସରେ ବିବାହ ହେଲା ପରେ ନାରୀର ସ୍ବତନ୍ତ୍ର ଚିନ୍ତାଧାରା,ସ୍ବପ୍ନ ପୂରଣ କରିବାର ଆଶାରେ ଡୋରୀ ବନ୍ଧା ହୁଏ । ସେଠାରେ ଶ୍ରୀପତିଙ୍କ ବିବାହ ହେବା ସତ୍ତ୍ବେ ତାଙ୍କ ସ୍ବପ୍ନର ଉଡ଼ାଣକୁ ଡେଣା ଦେଇଥିଲେ ଶାଶୁଘର ।

Lady-judge-PKG

Lady-judge-PKG Photograph: (KanakNews)

କନକ ବ୍ୟୁରୋ : ଜଣେ ଆଦିବାସୀ ମହିଳା ଯାହାଙ୍କ ଆଖିରେ ଥିଲା ଜଜ୍ ହେବାର ସ୍ବପ୍ନ । ଯେଉଁଥିପାଇଁ ସେ ଜୋରସୋରରେ ପ୍ରସ୍ତୁତି ମଧ୍ୟ କରିଥିଲେ । ପରୀକ୍ଷା ଦେବା ପାଇଁ ପାହାଡ଼ିଆ ଅଞ୍ଚଳ ଛାଡ଼ି ୨୫୦ କି.ମି ଚେନ୍ନାଇ ପହଁଞ୍ଚିଥିଲେ । ଆଗରେ ଥିଲା ଅନେକ ଚ୍ୟାଲେଞ୍ଜ । କାରଣ ପରୀକ୍ଷା ଯେଉଁଦିନ ଥିଲା ଠିକ୍ ସେହିଦିନ ହିଁ ତାଙ୍କର ଡେଲିଭରି ଡେଟ୍ ଥିଲା । କିନ୍ତୁ ଦଇବର କୃପାକୁ ଦେଖନ୍ତୁ ପରୀକ୍ଷାର ୨ ଦିନ ପୂର୍ବରୁ ହିଁ ସେ ନିଜ ସନ୍ତାନକୁ ଜନ୍ମ ଦେଇଥିଲେ । ଆମେ କହୁଛୁ ତାମିଲନାଡୁ ଆଦିବାସୀ ସମ୍ପ୍ରଦାୟର ପ୍ରଥମ ମହିଳା ଯେ କେବଳ ଜଜ୍ ହେବାର ସ୍ବପ୍ନ ଦେଖିନଥିଲେ ବରଂ ସ୍ବପ୍ନକୁ ସାକାର ମଧ୍ୟ କରିଥିଲେ , ବି.ଶ୍ରୀପତି .. । 

Lady judge
Lady judge Photograph: (google)

ତାମିଲନାଡୁ ତିରୁବନ୍ନାମଲାଇ ଜିଲ୍ଲା ଜବାଧୁ ଜନଜାତିରୁ ଆସୁଥିବା ଏହି ମହିଳା ୨୦୨୩ ନଭେମ୍ବରରେ ପରୀକ୍ଷା ଦେବାପାଇଁ ୨୫୦ କିଲୋମିଟର ଚେନ୍ନାଇ ଗସ୍ତ କରିଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁଦିନ ତାଙ୍କର ପରୀକ୍ଷା ଥିଲା ତା’ର ୨ ଦିନ ପୂର୍ବରୁ ସେ ଜଣେ ସନ୍ତାନର ଜଜନୀ ପାଲଟିଥିଲେ । କିନ୍ତୁ ଶ୍ରୀପତିଙ୍କର ଧୈର୍ଯ୍ୟ ଏବଂ ଦମ୍ଭକୁ ଦେଖନ୍ତୁ ଶିଶୁ ଜନ୍ମ ପରେ ବି ସେ ପରୀକ୍ଷା ଦେବା ପାଇଁ ୨୫୦ କି.ମିର ଯାତ୍ରା କଲେ । ଆଉ ଏଥିପାଇଁ ସ୍ବାମୀ ଓ ଶାଶୁଘର ଲୋକ ମଧ୍ୟ ଶ୍ରୀପତିଙ୍କ ପ୍ରତିଟି ପାଦରେ ତାଙ୍କର ସାଥ୍ ଦେଉଥିଲେ । ଶ୍ରୀପତି ବିଏ ଏବଂ ଏଲଏଲବି ପାଠ ପଢ଼ିବା ପୂର୍ବରୁ ହିଁ ତାଙ୍କର ବିବାହ ହୋଇଯାଇଥିଲା । ଯେଉଁଠି କମ୍ ବୟସରେ ବିବାହ ହେଲା ପରେ ନାରୀର ସ୍ବତନ୍ତ୍ର ଚିନ୍ତାଧାରା,ସ୍ବପ୍ନ ପୂରଣ କରିବାର ଆଶାରେ ଡୋରୀ ବନ୍ଧା ହୁଏ । ସେଠାରେ ଶ୍ରୀପତିଙ୍କ ବିବାହ ହେବା ସତ୍ତ୍ବେ ତାଙ୍କ ସ୍ବପ୍ନର ଉଡ଼ାଣକୁ ଡେଣା ଦେଇଥିଲେ ଶାଶୁଘର । ଧର୍ମପତ୍ନୀଙ୍କ ଉଚ୍ଚ ଆକାଂକ୍ଷାକୁ ପୂରଣ କରିଥିଲେ ସ୍ବାମୀ । ଆଉ ସମସ୍ତଙ୍କ ସହଯୋଗ ଏବଂ ନିଜର ଅଦମ୍ୟ ସାହସ ଯୋଗୁଁ ଶ୍ରୀପତି ପରୀକ୍ଷାରେ ସଫଳ ହୋଇଥିଲେ । ସଂକ୍ଷେପରେ କହିବାକୁ ଗଲେ ସ୍ବପ୍ନ ପାଇଁ ଶ୍ରୀପତି ନିଜ ଜୀବନକୁ ମଧ୍ୟ ଭ୍ରୁକ୍ଷେପ କଲେ ନାହିଁ । ସେ ସଫଳତାପୂର୍ବକ ପରୀକ୍ଷାରେ ପାସ୍ କଲେ ଏବଂ ନିଜ ସଂପ୍ରଦାୟରେ ପ୍ରଥମ ଆଦିବାସୀ ମହିଳା ସିଭିଲ୍ ଜଜ୍ ହେଲେ । ଗାଁ ଝିଅର ସଫଳତାର ଉତ୍ସବକୁ ବାଜା ବଜାଇ , ବାଣ ଫୁଟାଇ ପାଳନ କରିଥିଲା ପୂରା ଅଞ୍ଚଳ । ଶ୍ରୀପତିଙ୍କ ଏହି ଉପଲବ୍ଧିକୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ମଧ୍ୟ ଭୁରି ଭୁରି ପ୍ରଶଂସା କରିଥିଲେ । ସେ ନିଜ ଏକ୍ସ ହ୍ୟାଣ୍ଡଲରେ ଶ୍ରୀପତିଙ୍କ ଫଟୋ ଲଗାଇ ତାଙ୍କ କାହାଣୀ ପୂରା ବିଶ୍ବକୁ ଜଣାଇଥିଲେ । ସତରେ ଗୋଟିଏ ନୂତନ ଜୀବନକୁ ଦୁନିଆକୁ ଆଣିବା ସହ ନିଜ ସ୍ବପ୍ନର ମହଲକୁ ଗଢ଼ିଥିବା ଏହି ଅସଲ ଜୀବନର ନାୟିକାଙ୍କୁ ଆମର ଶତ ସଲାମ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe