ଖସୁଛି ଆଦାନୀଙ୍କ ସମ୍ପତ୍ତି ; ଲାଞ୍ଚ ଦେବା ନେଇ ଆମେରିକା ରିପୋର୍ଟ ପରେ ବଢିଲା ଆଦାନୀଙ୍କ ଅଡୁଆ

ଆମେରିକା ରିପୋର୍ଟ ପରେ ବଢିଲା ଅଦାନୀର ଅଡୁଆ ।  ଦୁଇଟି ବଡ ଚୁକ୍ତି ରଦ୍ଦ କଲା କେନିଆ । ସୌରଶକ୍ତି ଚୁକ୍ତି ପାଇଁ ୨ହଜାର କୋଟିରୁ ଅଧିକ ଟଙ୍କା ଲାଞ୍ଚ ଅଭିଯୋଗ ଆଣିଛି ଆମେରିକା ସିକ୍ୟୁରିଟି ଏକ୍ସଚେଞ୍ଜ କମିଶନ । ଜେପିସି ତଦନ୍ତ ଦାବି କଲେ ରାହୁଲ ।

2adani

କନକ ବ୍ୟରୋ: ଆଦାନୀକୁ ନେଇ ଆମେରିକା ରିପୋର୍ଟ ପରେ ବଢିବାରେ ଲାଗିଛି ଅଦାନୀ ଗ୍ରୁପର ସମସ୍ୟା । କେନିଆ ଆଦାନୀ ସହ କରିଥିବା ଦୁଇଟି ବଡ ଚୁକ୍ତିନାମାଙ୍କୁ ରଦ୍ଦ କରିଛି । ଏୟାରପୋର୍ଟ ସମ୍ପ୍ରସାରଣ ଓ ବିଜୁଳି ଭଳି ବଡ ପ୍ରକଳ୍ପ ନେଇ ଅଦାନୀ ସହ ଡିଲ କରିଥିଲା କେନିଆ । କେନିଆ ମିଡିଆକୁ ସମ୍ବୋଧିତ କରି ସେଠାକାର ରାଷ୍ଟ୍ରପତି ବିଲିୟମ ରୁଟୋ, ଅଦାନୀ ସହ ହୋଇଥିବା ଏହି ଦୁଇଟି ବଡ ଚୁକ୍ତିନାମାକୁ ରଦ୍ଦ କରିବାକୁ ଘୋଷଣା କରିଛନ୍ତି । 

ବିଜୁଳି ଟ୍ରାନ୍ସମିଶନ କ୍ଷେତ୍ରରେ ଭିତ୍ତିଭୂମିକୁ ସୁଦୃଢ କରିବାକୁ ଅଦାନୀ ସହ କେନିଆ ସରକାର ୭ଶହ ମିଲିୟନ ଡଲାରର ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ସେହିଭଳି ଏକ ଅନ୍ତର୍ଜାତୀୟ ବିମାନବନ୍ଦରର ସଂପ୍ରସାରଣ ପାଇଁ କେନିଆ, ଅଦାନୀ ସହ ୧.୮ ବିଲିୟନ ଡଲାରର ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା, ଯାହା ରଦ୍ଦ ହୋଇଛି । ଏହି ଚୁକ୍ତି ଅନୁସାରେ, କେନିଆର ରାଜଧାନୀ ନାଇରୋବି ଅନ୍ତର୍ଜାତୀୟ ବିମାନବନ୍ଦରର ଆଧୁନିକୀକରଣ କରାଯାଇଥାନ୍ତା । ଏହାଛଡା ଏକ ଟର୍ମିନାଲ ନିର୍ମାଣର ବି ପ୍ରସ୍ତାବ ରହିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe