ଆଦାନୀ ଗ୍ରୁପକୁ ନେଇ ଏସଇସିର ସାଂଘାତିକ ଅଭିଯୋଗ । ଚୁକ୍ତି ପାଇଁ ଆଦାନୀ ଦେଇଥିଲେ ୨ହଜାର କୋଟି ଲାଞ୍ଚ

Advertisment

ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛି ୟୁଏସ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ । ଏନେଇ ଆମେରିକା ଫେଡେରାଲ କୋର୍ଟରେ ପହଞ୍ଚିଛି ଏସଇସି

ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛି ୟୁଏସ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ । ଏନେଇ ଆମେରିକା ଫେଡେରାଲ କୋର୍ଟରେ ପହଞ୍ଚିଛି ଏସଇସି

SEC ALLIGATION ADANI

କନକ ବ୍ୟୁରୋ: ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛି ୟୁଏସ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ । ଏନେଇ ଆମେରିକା ଫେଡେରାଲ କୋର୍ଟରେ ପହଞ୍ଚିଛି ଏସଇସି। ଆଦାନୀ ଗ୍ରୁପ ଆମେରିକା ନିବେଶକମାନଙ୍କୁ ଠକିବା ସହ ସୌର ଶକ୍ତି ଚୁକ୍ତି ହାସଲ କରିବା ଲାଗି ଭାରତୀୟ ଅଧିକାରୀମାନଙ୍କୁ ହଜାର ହଜାର କୋଟି ଟଙ୍କା ଲାଞ୍ଚ ଦେଇଥିବା ନେଇ ଅଭିଯୋଗ ହୋଇଛି।

ଆଦାନୀଙ୍କ ନାଁରେ ଆମେରିକାର ଅଭିଯୋଗ

  • ସୌର ଶକ୍ତି ଯୋଜନା ପ୍ରୋଜେକ୍ଟ ହାତେଇବାକୁ ଦେଇଥିଲେ ଲାଞ୍ଚ
  • ଭାରତୀୟ ଅଧିକାରୀଙ୍କୁ ୨୨୩୬ କୋଟି ଟଙ୍କାର ଲାଞ୍ଚ ଦେଇଥିବା ଅଭିଯୋଗ
  • ଆମେରିକା ଓ ଅନ୍ୟ ଦେଶର ନିବେଶକଙ୍କୁ ଠକିଛି ଆଦାନୀଗ୍ରୁପ୍
  • ମିଛ ତଥ୍ୟ ଦେଇ ଲାଭ ହାତେଇବାକୁ ରଚିଥିଲେ ଷଡ଼ଯନ୍ତ୍ର
  • ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ସମେତ ମୋଟ ୮ଜଣଙ୍କ ନାଁରେ ଅଭିଯୋଗ
  • ୨୦ ବର୍ଷରେ ୨ ଅରବ କୋଟି ଲାଭ ପାଇବାକୁ ଲକ୍ଷ୍ୟ ରଖିଥିଲେ 

ଆମେରିକାର ସିକ୍ୟୁରିଟି ଏକ୍ସଚେଞ୍ଜ କମିଶନ ଅଭିଯୋଗ ଆଣିବା ସହ ଆମେରିକା ଫେଡେରାଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ମାମଲାରେ ଆଦାନୀ ଓ ପୁତୁରା ସାଗର ଦୋଷୀ ପ୍ରମାଣିତ ହେବା ପରେ ତାଙ୍କ ନାଁରେ ଗିରଫ ୱାରେଣ୍ଟ ଜାରି କରାଯାଇଛି । ସେପଟେ ଘଟଣାର ଜେପିସି ତଦନ୍ତ ସହ ଆଦାନୀଙ୍କ ଗିରଫ ଦାବି କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଆଦାନୀଙ୍କ ସୁରକ୍ଷା କବଚ ସାଜି ମୋଦୀ ସରକାର ଦେଶକୁ ଲୁଟୁଥିବା କହି ଟାର୍ଗେଟ କରିଛନ୍ତି ।
ସେପଟେ ରାହୁଲଙ୍କ ଅଭିଯୋଗର ଜବାବ ରଖିଛି ବିଜେପି । ସଂସଦ ଅଧିବେଶନ ବିରୋଧୀ ହଙ୍ଗାମା କରିବାକୁ ଚାହାଁନ୍ତି ତେଣୁ ଏଭଳି ଭିତ୍ତିହୀନ ଅଭିଯୋଗ ଆଣି ମୋଦୀ ସରକାରଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଏହା ଏକ ନିଚ୍ଚ ପ୍ରୟାସ ବୋଲି ବିଜେପି କହିଛି ।

ତେବେ ପୂରା ଘଟଣାକ୍ରମ ଭିତରେ ଆଦାନୀ ଗ୍ରୁପକୁ ଝଟକା ପରେ ଝଟକା ଲାଗିଛି । ଆଉ ସେୟାର ବଜାରରେ ଲାଗିଛି ବଡ ଝଟକା । ଅଭିଯୋଗ ଆସିବା ପରେ ୨୦ରୁ ୩୦ ପ୍ରତିଶତ ସଆଦାନୀ ସେୟାର ଖସିବାପରେ ଚିନ୍ତାରେ ନିବେଶକ । ସେପଟେ ସମସ୍ତ ଅଭିଯୋଗକୁ ଭିତ୍ତିହୀନ କହିବା ସହ କୋର୍ଟ ଲଢ଼େଇ ପାଇଁ ପ୍ରସ୍ତୁତ ଥିବା କହିଛି ଆଦାନୀ ଗ୍ରୁପ୍ । ୨୦୨୨ରେ ହିଣ୍ଡନବର୍ଗ ରିପୋର୍ଟ ଠକେଇ ଅଭିଯୋଗ ଆଣିବା ପରେ ମଧ୍ୟ ଆଦାନୀ ଗ୍ରୁପକୁ ବଡ ଝଟକା ଲାଗିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe