କନକ ବ୍ୟୁରୋ: ସାମ୍ବାଦିକ ଏବଂ ସାମାଜିକ କର୍ମୀ ଗୌରୀ ଲଙ୍କେଶଙ୍କୁ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତ ଶ୍ରୀକାନ୍ତ ପଙ୍ଗରକର ମହାରାଷ୍ଟ୍ରର ଜଲନା ପୌର ନିଗମରେ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଛନ୍ତି । ପଙ୍ଗରକର ଜଲନା ପୌର ନିଗମର ୱାର୍ଡ ୧୩ରୁ ନିର୍ବାଚନ ଲଢ଼ିଥିଲେ । ଏଠାରେ ସେ ବିଜେପିକୁ ସାମ୍ନା କରିଥିଲେ । ତେବେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନା ଜଲନାରେ ପୃଥକ୍ ଭାବେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ଉକ୍ତ ଆସନରେ କୌଣସି ପ୍ରାର୍ଥୀ ଦେଇନଥିଲା । ଉଲ୍ଳେଖଯୋଗ୍ୟ ଗୌରୀ ଲଙ୍କେଶଙ୍କୁ ୨୦୧୭ ସେପ୍ଟେମ୍ବର ୫ ତାରିଖରେ ବେଙ୍ଗାଲୁରୁ ସ୍ଥିତ ତାଙ୍କ ବାସଭବନ ବାହାରେ ଗୁଳି କରି ହତ୍ୟା କରାଯାଇଛି । ସେ ଏକ କନ୍ନଡ଼ ସାପ୍ତାହିକ ଲଙ୍କେଶ ପତ୍ରିକେର ସମ୍ପାଦକ ଥିଲେ ଯାହାକୁ ତାଙ୍କ ବାପା ପି ଲଙ୍କେଶ ଆରମ୍ଭ କରିଥିଲେ । ଏହାପରେ ଗୌରୀ ଲଙ୍କେଶ ନିଜର ଏକ ସାପ୍ତାହିକ ଗୌରୀ ଲଙ୍କେଶ ପତ୍ରିକେ ଆରମ୍ଭ କରିଥିଲେ ।
ଗୌରୀ ଲଙ୍କେଶ ହତ୍ୟା ଅଭିଯୁକ୍ତ ଜଲ୍ନାରେ ବିଜୟୀ
ଗୌରୀ ଲଙ୍କେଶଙ୍କୁ ୨୦୧୭ ସେପ୍ଟେମ୍ବର ୫ ତାରିଖରେ ବେଙ୍ଗାଲୁରୁ ସ୍ଥିତ ତାଙ୍କ ବାସଭବନ ବାହାରେ ଗୁଳି କରି ହତ୍ୟା କରାଯାଇଛି। ସେ ଏକ କନ୍ନଡ଼ ସାପ୍ତାହିକ ଲଙ୍କେଶ ପତ୍ରିକେର ସମ୍ପାଦକ ଥିଲେ ଯାହାକୁ ତାଙ୍କ ବାପା ପି ଲଙ୍କେଶ ଆରମ୍ଭ କରିଥିଲେ। ଏହାପରେ ଗୌରୀ ଲଙ୍କେଶ ନିଜର ଏକ ସାପ୍ତାହିକ ଗୌରୀ ଲଙ୍କେଶ ପତ୍ରିକେ ଆରମ୍ଭ କରିଥିଲେ।
/kanak/media/media_files/2026/01/16/gauri-lankesh-2026-01-16-21-31-34.jpeg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)