କନକ ବ୍ୟୁରୋ: ରଡ୍ ଲାଭର ଏରିନାରେ ଆମେରିକୀୟ ତାରକା କୋକୋ ଗଫ୍ଙ୍କ ତୃତୀୟ ଗ୍ରାଣ୍ଡସ୍ଲାମ୍ ବିଜୟ ସ୍ବପ୍ନ ଭାଙ୍ଗି ଚୂରମାର୍ ହୋଇଯାଇଛି । ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ର କ୍ବାର୍ଟର ଫାଇନାଲ୍ରେ ତାଙ୍କୁ ମଙ୍ଗଳବାର ୟୁକ୍ରେନ୍ର ଏଲିନା ସ୍ବିତୋଲିନା ୬-୧, ୬-୨ ସେଟ୍ରେ ହରାଇ ବିଦାୟର ପଥ ଦେଖାଇ ଦେଇଛନ୍ତି । ଏହି ବିଜୟ ସହ ସ୍ବିତୋଲିନା ନିଜ କ୍ୟାରିୟର୍ରେ ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆନ୍ ଓପନ୍ର ସେମିଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି । ପୂର୍ବରୁ ଏହି ୩୧ ବର୍ଷୀୟା ଖେଳାଳି ତିନି ଥର କ୍ବାର୍ଟର ଫାଇନାଲ୍ ଖେଳିଥିଲେ ମଧ୍ୟ କେବେବି ସେମିଫାଇନାଲ୍କୁ ଯିବାର ଗୌରବ ହାସଲ କରି ନଥିଲେ ।
ଆହୁରି ପଢ଼ନ୍ତୁ...କଳିଙ୍ଗ ଲାନ୍ସର୍ସ ଜିତିଲା ହକି ଇଣ୍ଡିଆ ଲିଗ୍, ଅମନଦୀପ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି
ସେହିଭଳି ସେ ମଧ୍ୟ ନିଜ ପ୍ରଥମ ଗ୍ରାଣ୍ଡସ୍ଲାମ୍ ବିଜୟ ଦିଗରେ ଆଉଏକ ବଡ଼ ପାଦ ବଢ଼ାଇଛନ୍ତି। ପ୍ରଥମ ସିଡ୍ ତଥା ବେଲାଋଷର ଚର୍ଚ୍ଚିତ ଖେଳାଳି ଆରିନା ସାବାଲେଙ୍କାଙ୍କ ଜୟଯାତ୍ରା ମଧ୍ୟ ଜାରି ରହିଛି। ନିଜ କ୍ବାର୍ଟର ଫାଇନାଲ୍ ମ୍ୟାଚ୍ରେ ସେ ୨୯ତମ ସିଡ୍ ଆମେରିକାର ଇଭା ଜୋଭିକଙ୍କୁ ଅତି ସହଜରେ ୬-୩, ୬-୦ରେ ହରାଇ ଆଗକୁ ବଢ଼ିଛନ୍ତି। ପୁରୁଷ ଏକକରେ ଜର୍ମାନୀର ତୃତୀୟ ସିଡ୍ ଖେଳାଳି ଆଲେକଜାଣ୍ଡାର ଭେରେଭ୍ ୬-୩, ୬-୭, ୬-୧, ୭-୬ରେ ଆମେରିକାର ଲିନର ତିଏନଙ୍କୁ ପରାସ୍ତ କରି ସେମିଫାଇନାଲ୍ ଟିକେଟ ହାସଲ କରି ନେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/27/australia-open-2026-01-27-17-45-08.jpg)