କନକ ବ୍ୟୁରୋ: ରାଜଧାନୀରେ ହାଇୱେରେ ସିଏନଜି ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ । ଖଣ୍ଡଗିରି ଅଞ୍ଚଳରେ ଗ୍ୟାସ ଗନ୍ଧମୟ, ଭୟଭୀତ ହେଲ ସ୍ଥାନୀୟ ବାସିନ୍ଦା । ରାସ୍ତାରେ ଅଟକିଲା ଶତାଧିକ ଗାଡ଼ି । ଉପୁଜିଲା ଟ୍ରାଫିକ୍ ସମସ୍ୟା । ଦୀର୍ଘ ସମୟ କସରତ ପରେ ସ୍ଥିତି ନିୟନ୍ତ୍ରଣ କଲା ଅଗ୍ନିଶମ ବାହିନୀ । ବରମୁଣ୍ଡାରୁ ଖୋର୍ଦ୍ଧା ପଟକୁ ଯାଉଥିବା ଏକ ସିଏନଜି ଗ୍ୟାସରୁ ଟ୍ୟାଙ୍କରରୁ ଗ୍ୟାସ ଲିକ୍ ହୋଇଥିଲା । ଗ୍ୟାସ୍ ଲିକ୍ କାରଣରୁ ଖଣ୍ଡଗିରି ଅଞ୍ଚଳରେ ଗ୍ୟାସ ଗନ୍ଧମୟ ହୋଇଉଠିଥିଲା । ଫଳରେ ଭୟଭୀତ ହୋଇଯାଇଥିଲେ ସ୍ଥାନୀୟ ଲୋକେ । ସୁରକ୍ଷା ଦୃଷ୍ଟରୁ ଉଭୟ ପାଶ୍ୱର୍ରୁ ଗାଡ଼ି ଚଳାଚଳ ବନ୍ଦ ରଖାଯାଥିଲା । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ପାଣି ସ୍ପ୍ରେ କରିବା ସହ ଏଇ ବିଶେଷଜ୍ଞ ଟିମ୍ ପହଞ୍ଚି ଲିକ୍ ହେଉଥିବା ଭାଲଭକୁ ବନ୍ଦ କରିଥିଲେ । ଫଳରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ଏବଂ ଉଭୟ ପାଶ୍ୱର୍ରୁ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା ।
ରାଜଧାନୀ ହାଇୱେରେ ଗ୍ୟାସ୍ ଲିକ୍ ; ଭୟଭୀତ ସ୍ଥାନୀୟ ଲୋକେ
ରାଜଧାନୀ ହାଇୱେରେ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ । ଖଣ୍ଡଗିରି ଅଞ୍ଚଳରେ ଗ୍ୟାସ ଗନ୍ଧମୟ, ଭୟଭୀତ ସ୍ଥାନୀୟ ବାସିନ୍ଦା । ରାସ୍ତାରେ ଅଟକିଲା ଶତାଧିକ ଗାଡ଼ି । ଘଣ୍ଟାଏର କସରତ ପରେ ସ୍ଥିତି ନିୟନ୍ତ୍ରଣ । ଗାଡ଼ି ଚଳାଚଳ ସ୍ୱାଭାବିକ ।