କନକ ବ୍ୟୁରୋ :  ମହାରାଷ୍ଟ୍ର ପଲଘରରେ ଏକ ମେଡିସିନ୍ ପ୍ରସ୍ତୁତକାରୀ କମ୍ପାନୀରେ ଗ୍ୟାସ ଲିକ ହୋଇ ୪ ଜଣଙ୍କ ଜୀବନ ଯାଇଛି। ଦୁଇ ଜଣ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପଲଘର ଜିଲ୍ଲାର ତାରାପୁର ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଥିବା ମେଡଲି ଫାର୍ମାସଟ୍ୟୁକାଲ କମ୍ପାନୀରେ ଏହି ଦୁର୍ଘଟଣା ଘଟିଛି । ଟାଙ୍କିରୁ ନାଇଟ୍ରୋଜେନ ଗ୍ୟାଲ ଲିକ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଛି । ଗ୍ୟାସ ସଂସ୍ପର୍ଶରେ ଆସି ୬ ଜଣ ଅସୁସ୍ଥ ହୋଇପଡିଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ୪ ଜଣଙ୍କ ଜୀବନ ଯାଇଛି । ଅନ୍ୟ ଦୁଇ ଜଣଙ୍କୁ ଆଇସିୟୁରେ ଚିକିତ୍ସା ଚାଲିଛି । ଏନେଇ ପଲଘର ଏସପି ଯତୀଶ ଦେଶମୁଖ ସୂଚନା ଦେଇଛନ୍ତି । ପୁଲିସ କିପରି ଗ୍ୟାସ ଲିକ ହେଲା ତାହା ଉପରେ ଅଧିକ ତଦନ୍ତ ଚଳାଇଛି ।