କନକ ବ୍ୟୁରୋ : ଗ୍ୟାସ ଟାଙ୍କି ଫାଟି ଉଡ଼ିଗଲା ଘରର ଆଜବେଷ୍ଟସ । ଢେଙ୍କାନାଳ ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ଏହି ଘଟଣା ଘଟିଛି । ଗ୍ୟାସ ଟାଙ୍କି ଫାଟି ଉଡ଼ିଯାଇଛି ଘରର ଆଜବେଷ୍ଟସ ଓ ଆସବାବପତ୍ର । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକ ।

Advertisment

ସୂଚନା ମୁତାବକ, ଆମ୍ବପଳାସ ଗାଁର ସୁବାସ ମହାପାତ୍ରଙ୍କ ରୋଷେଇ ଘରେ ରୋଷେଇ ହେଉଥିବା ବେଳେ ହଠାତ୍ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ ହୋଇ ବ୍ଲାଷ୍ଟ ହୋଇଥିଲା । ଫଳରେ ଘରର ଆଜବେଷ୍ଟସ ଓ ଅନ୍ୟାନ୍ୟ ଆସବାବପତ୍ର ଉଡିଯାଇଥିଲା । ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଗଲେ ଘର ଲୋକ ।