କନକ ବ୍ୟୁରୋ: ବାଲେଶ୍ବରରେ ସିରିଜ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ । ପ୍ରଚଣ୍ଡ ବିସ୍ଫୋରଣରେ ଥରିଲା ଖଣ୍ଡମଣ୍ଡଳ । ଅଗ୍ନିକାଣ୍ଡ ପରେ ଫାଟିଲା ୮ରୁ ଅଧିକ ଗ୍ୟାସ ସିଲିଣ୍ଡର । ବାଲେଶ୍ଵର ଚାନ୍ଦିପୁର ନାଉପାଳଗଡିରେ ଅଘଟଣ । ବଳରାମଗଡି ମେରାଇନ ଥାନା ନାଉପାଳଗଡିରେ ଏକ ଗ୍ୟାସ ସିଲିଣ୍ଡର ଦୋକାନରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ନିଆଁ ଲାଗି ପ୍ରାୟ ୮ରୁ ଅଧିକ ଗ୍ୟାସ ସିଲିଣ୍ଡର ଫାଟିଥିବା ଜଣାପଡିଛି । 

Advertisment

ଗ୍ୟାସ ଟାଙ୍କି ଫାଟିବା ଦ୍ବାରା ବଡ ବିସ୍ଫୋରଣ ସୃଷ୍ଟି ହୋଇଥିଲା । ସମ୍ପୂର୍ଣ୍ଣ  ଗ୍ୟାସ୍ ଦୋକାନ ନଷ୍ଟ ହୋଇଯାଇଛି । ମାତ୍ର ଏତେ ବଡ ଦୁର୍ଘଟଣାରେ କେହି ମୃତ ଆହତ ହୋଇନଥିବା ଏକ ବଡ଼ ଆଶ୍ବସ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଦୁଇଟି ଟିମ ପହଞ୍ଚି ନିଆଁକୁ ଆୟତ୍ତ କରିଛି । କେମିତି ଲାଗିଲା ନିଆଁ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ସୂଚନା ଅନୁସାରେ ଚାର୍ଜ ରେ ବସିଥିବା ଏକ ଇଲେକ୍ଟ୍ରି ସ୍କୁଟିରୁ ସର୍ଟ ସର୍କିଟ ହେବା କାରଣରୁ ନିଆଁ ଲାଗିଛି । ସିଲିଣ୍ଡର୍ ଥିବା ଆଜବେଷ୍ଟସ୍ ଘର ଟି ସମ୍ପୂର୍ଣ୍ଣ  ନଷ୍ଟ ହୋଇଯାଇଛି । ନିଆଁ ଆୟତ୍ତ ହେବା ପରେ ଯାଞ୍ଚ କରୁଛି ସ୍ଥାନୀୟ ପୁଲିସ। ଦୋକାନ ଘରେ ୫୦ ରୁ ଅଧିକ ଗ୍ୟାସ ସିଲିଣ୍ଡର ରହିଥିଲା ।