କନକ ବ୍ୟୁରୋ : ଉତ୍ତରପ୍ରଦେଶ ବୁଲନ୍ଦସହରରେ ରିୟାଯୁଦ୍ଦିନ ନାମକ ଯୁବକଙ୍କ ଘରେ ହଠାତ୍ ଗ୍ୟାସ୍ ସିଲିଣ୍ଡର ଫାଟି ପରିବାର ୬ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ମିଳିବା ପରେ ଘଟଣା ସ୍ଥଳରେ ସ୍ଥାନୀୟ ଏସପି ଓ ଦମକଳ ଗାଡି ପହଞ୍ଚି ଭୁଷିଡି ପଡିଥିବା ଘରକୁ ଯେସିବି ଦ୍ବାରା ହଟାଇ ପରିବାରର ସଦସ୍ୟ ମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥଲେ । ବୁଲନ୍ଦସହର ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଗତ କାଲି ପ୍ରାୟ ରାତି ୮.୩୦ରେ ଆଶାପୁରୀ କଲୋନିର ଜଣଙ୍କ ଘରେ ଗ୍ୟାସ୍ ସିଲିଣ୍ଡର ବ୍ଲାଷ୍ଟ ହୋଇଥିଲା । ସୂଚନା ପାଇବା ପରେ ତୁରନ୍ତ ମେଡିକାଲ ଟିମ୍ , ପୋଲିସ ବିଭାଗ , ନଗର ପାଳିକା ଟିମ୍ ସମେତ ଘଊଜୠ ଟିମ୍ ସେଠାରେ ପହଞ୍ଚିଥିଲେ । କିନ୍ତୁ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ସେହି ଘରେ ୧୯ ଜଣ ସଦସ୍ୟ ଥିବା ବେଳେ ମାତ୍ର ୮ ଜଣଙ୍କୁ ବଞ୍ଚାଇପାରିଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାକୁ ପଠାଯାଇଛି ।