ଲୁଧିଆନାରୁ ଦିଲ୍ଲୀ ଯାଉଥିବା ଗରିବ ରଥ ଟ୍ରେନ୍‌ରେ ଲାଗିଲା ନିଆଁ

ପଞ୍ଜାବ ଗରିବ ରଥ ଟ୍ରେନ କୋଚ୍‌ରେ ନିଆଁ , ସରହିଦ ଜଙ୍କସନରେ ଦୁର୍ଘଟଣା । ଲୁଧିଆନାରୁ ଦିଲ୍ଲୀ ଯାଉଥିଲା ଟ୍ରେନ ।

Train-fire-ludhiana

Train-fire-ludhiana Photograph: (KANAK NEWS)

କନକ ବ୍ୟୁରୋ :  ଲୁଧିଆନାରୁ ଦିଲ୍ଲୀ ଯାଉଥିବା ଅମୃତସର-ସହରସା ଗରିବ ରଥ ଏକ୍ସପ୍ରେସ ଟ୍ରେନରେ ସରହିନ୍ଦ ରେଳ ଷ୍ଟେସନ ନିକଟରେ ଲାଗିଲା ନିଆଁ । ସରହିନ୍ଦ ଷ୍ଟେସନରୁ ଟ୍ରେନଟି ପ୍ରାୟ ଅଧ କିଲୋମିଟର ଯାତ୍ରା କରିବା ପରେ ଯାତ୍ରୀମାନେ ଗୋଟିଏ କୋଚରୁ ଧୂଆଁ ବାହାରୁଥିବାର ଦେଖିଲେ । ଟ୍ରେନକୁ ତୁରନ୍ତ ଅଟକାଇ ରେଳ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ସୂଚନା ଅନୁସାରେ , ପୁଲିସ ଏବଂ ରେଳବାଇ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିଛନ୍ତି । ସେ କହିଛନ୍ତି ଯେ ପରିସ୍ଥିତି ଏବେ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଅଗ୍ନିକାଣ୍ଡ ସମ୍ପର୍କରେ ଜାଣିବା ପରେ ରେଳ କର୍ମଚାରୀମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରି ପ୍ରଭାବିତ କୋଚ୍‌କୁ ଖାଲି କରିଥିଲେ ଏବଂ ଅଗ୍ନିଶମ ଦଳ ସହାୟତାରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ବର୍ତ୍ତମାନ ସୁଦ୍ଧା ତଦନ୍ତ ଚାଲିଛି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe