ଗବେଷଣା ଜମିରେ ଅଳିଆ ଗଦା: ପିଲାଙ୍କ ଭବିଷ୍ୟତ ସହ ଖେଳ

Advertisment

ଓୟୁଏଟିର ବଳକା ଜାମିରେ ଚାଲିଛି କ’ଣ। ପ୍ରଥମେ ବରମୁଣ୍ଡା ବସଷ୍ଟାଣ୍ଡ ସଂପ୍ରସାରଣ ନାଁରେ ଜମିକୁ କବଜା କରାଗଲା। ଆଉ ଏବେ ବାକି ଜମିରେ ଅଳିଆ ପଡୁଛି।

ଓୟୁଏଟିର ବଳକା ଜାମିରେ ଚାଲିଛି କ’ଣ। ପ୍ରଥମେ ବରମୁଣ୍ଡା ବସଷ୍ଟାଣ୍ଡ ସଂପ୍ରସାରଣ ନାଁରେ ଜମିକୁ କବଜା କରାଗଲା। ଆଉ ଏବେ ବାକି ଜମିରେ ଅଳିଆ ପଡୁଛି।

grt

କନକ ବ୍ୟୁରୋ: ଓୟୁଏଟିର ବଳକା ଜାମିରେ ଚାଲିଛି କ’ଣ। ପ୍ରଥମେ ବରମୁଣ୍ଡା ବସଷ୍ଟାଣ୍ଡ ସଂପ୍ରସାରଣ ନାଁରେ ଜମିକୁ କବଜା କରାଗଲା। ଆଉ ଏବେ ବାକି ଜମିରେ ଅଳିଆ ପଡୁଛି। ଅଳିଆ ଗୋଟାଇବା କାମ ହେଉଛି ବିଏମସିର। ତେଣୁ କେଉଁ ଆଧାରରେ ଅଳିଆ ପକାଉଛି ବିଏମସି ତାର ଜବାବ ଦେବା କଥା । ସେପଟେ ଅନ୍ୟରାଜ୍ୟରେ କୃଷି ବିଶ୍ୱବିଦ୍ୟାଳୟକୁ ହଜାର ହଜାର ଏକର ଜମି ଦିଆଯାଉଥିବା ବେଳେ ଓୟୁଏଟି ପାଖରେ ଅଛି ମାତ୍ର ୪୧୮ ଏକର ଜମି। 

ଓୟୁଏଟି ଭାଗରେ ବଳକା ରହିଯାଇଥିବା ଜମି। ବରମୁଣ୍ତା ବସଷ୍ଟାଣ୍ତ ସଂପ୍ରସାରଣରେ ଓୟୁଏଟିର ଦୁଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ଗବେଷଣା ବାଧାପ୍ରାପ୍ତ ହୋଇଛି । ଜମିଟି ଆଉ ଚାଷପୋଯୋଗୀ ହୋଇ ରହିନଥିବାରୁ ଜୈବ ବିବିଧତା ପାର୍କ ପାଇଁ ଯୋଜନା କରାଯାଇଛି। ପ୍ରାୟ ୧ ହଜାରରୁ ଅଧିକ ଶାଳ, ସାଗୁଆନ ଓ କଦମ୍ୱ ଭଳି ଗଛ ସହ ଔଷଧିୟ ବୃକ୍ଷ ଲଗାଇବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ଏହି ଜମିରେ ଗଦା ହୋଇଛି ଅଳିଆ ଆବର୍ଜନା। ଗବେଷଣା ହେବାକୁ ଥିବା ଜମିରେ ଅଳିଆ ପକାଇବାକୁ କିଏ ଦେଇଛି ନିର୍ଦ୍ଦେଶ? ଓୟୁଏଟିର ବଳକା ଜମିକୁ ଅନ୍ୟ କାହାରିକୁ ଟେକି ଦେବା ପାଇଁ ହୋଇଛି କି ଷଡ଼ଯନ୍ତ୍ର? 

ସହରରୁ ଅଳିଆ ସଫା କରିବା ଓ ବାହାରେ ଗଦା କରିବାର ଦାୟିତ୍ୱ ବିଏମସିର। ତେଣୁ ଓୟୁଏଟିର ବଳକା ଜମିରେ ଅଳିଆ ଗଦା କରିବା ସଂପର୍କରେ ଆମେ ବିଏମସିର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ। ହେଲେ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରି ନାହିଁ। ଯାହା ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି। ପୂର୍ବ ସମରକାର ସମୟରେ ବସଷ୍ଟାଣ୍ଡ ସଂପ୍ରସାରଣ ପାଇଁ ଜମି ଛଡ଼ାଇ ନିଆଗଲା। ପୁଣି ବଳକା ଜମିକୁ କବ୍ଜା କରିବାକୁ ବି ଷଡ଼ଯନ୍ତ୍ର ହୋଇଛି। 

ଉତ୍ତରପ୍ରଦେଶରେ ଥିବା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରାୟ ୧୦ ହଜାର ଏକର ଜମି ଅଛି
ତମାଲନାଡୁ ଏଗ୍ରିକଲ୍ଚର ୟୁନିଭର୍ସିଟିର ପାଖାପାଖି ୧୩୫୦ ଏକରରୁ ଅଧିକ ଜାଗା ରହିଛି
ପଞ୍ଜାବ ଏଗ୍ରିକଲ୍ଚର ୟୁନିଭର୍ସିଟି ପାଖରେ ୧୫୦୦ ଏକରରୁ ଅଧିକ ଜମି ରହିଛି
ହେଲେ ଓୟୁଏଟି ନିକଟରେ ରହିଛି ମାତ୍ର ୪୧୮ ଏକର ଜମି  

ରାଜ୍ୟର ଏକମାତ୍ର କୃଷି ଗବେଷଣା ବିଶ୍ୱ ବିଦ୍ୟାଳୟକୁ ସ୍ଥାୟୀ ପରିମାଣର ଜମି ଯୋଗାଇ ଦିଆଯାଇ ନାହିଁ । ପୁଣି ଗବେଷଣା ଉପଯୋଗୀ ଜମିକୁ ଓୟୁଏଟିର ବିନା ଅନୁମତିରେ ଅନ୍ୟାନ୍ୟ ବିଭାଗକୁ ଟେକି ଦେଇଛନ୍ତି ପୂର୍ବତନ ବିଜେଡି ସରକାର।    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe