କନକ ବ୍ୟୁରୋ : ସୁସ୍ଥ ପରିବେଶ ପାଇଁ ଗ୍ରାମାଞ୍ଚଳରେ ଆବର୍ଜନା କୁଣ୍ଡ କରାଯାଇଛି । ହେଲେ ସେଚତନ ଅଭାବରୁ ଏସବୁ ଖତ ଖାଉଛି । ସବୁଠି କୁଢ କୁଢ ଆବର୍ଜନା ପଡି ରହିଥିବା ବେଳେ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ୪୬୦ ଟି ଓାର୍ଡରେ ଏହି ଆବର୍ଜନା ଜମି ଥିବା ଦେଖିବାକୁ ମିଳିଛି । ଆବର୍ଜନା ସଂଗ୍ରହ ପାଇଁ ପ୍ରତି ପଞ୍ଚାୟତକୁ ଟ୍ରଲି ଯୋଗଇ ଦିଆ ଯାଇଛି । ମାତ୍ର ଆବର୍ଜନା ସଂଗ୍ରହ କରିବା ପାଇଁ ଲୋକ ନାହାନ୍ତି । ଲୋକେ ଅଳିଆ ଆବର୍ଜନା ସବୁଠି ପକାଇବାରେ ଲାଗିଛନ୍ତି । ଏପରିକି କାମରେ ନଲାଗି ବିଭିନ ସ୍ଥାନରେ ଏହିସବୁ ଆବର୍ଜନା କୁଣ୍ଡ ଗୁଡିକ ମଧ୍ୟ ନଷ୍ଟ ହେବାରେ ଲାଗିଲାଣି । ଦୂଷିତ ପରିବେଶ ଯୋଗୁ ଲୋକ ଅତିଷ୍ଠ ହୋଇପଡିୁଛନ୍ତି ହେଲେ ଏଥିପ୍ରତି ଯେମିତି କାହାର ଗୁରୁତ୍ବ ନାହିଁ । 

Advertisment

ବସ୍ତା ବ୍ଲକରେ ୯୨ ଲକ୍ଷ ରୁ ଅଧିକ ଟଙ୍କା ହୋଇଛି । ସେହିପରି ୩୧ ଟି ପଞ୍ଚୟତ ମଧ୍ୟରୁ ୧୩ ଟି ପଞ୍ଚାୟତରେ କମ୍ପୋଷ୍ଟ ପିଟ ନିର୍ମାଣ ହୋଇଛି । ହେଲେ ମଧ୍ୟ ଲୋକଙ୍କ କାର୍ଯ୍ୟରେ ଲାଗି ପାରୁ ନାହିଁ । ପରିମଳ ବଦଳରେ ଦୂଷିତ ପରିବେଶ ସୃଷ୍ଟି ହୋଇଛି ।  ଏହି ଯୋଜନା ଫେଲ୍ ମାରିବା ନେଇ ଆବଶ୍ୟକ ସଚେତନତା ଅଭାବକୁ ଦାୟୀ କରାଯାଇଛି । 

ଯଦି ଗ୍ରାମାଞ୍ଚଳରେ ଲୋକମାନଙ୍କୁ ସଚେତନ କରାଯାଇ ପାରନ୍ତା ପରିବେଶ ପ୍ରଦୂଷଣ ମୁକ୍ତ ହେବା ସହିତ ଏହି କମ୍ପୋଷ୍ଟର ପୁନଃ ବ୍ୟବହାର ହେୋଇପାରନ୍ତା ।