କାରରେ ଯାଉଥିଲା ବସ୍ତା ବସ୍ତା ଗଂଜେଇ ; ମାଡ଼ିବସିଲା ପୁଲିସ

Advertisment

ସୁବର୍ଣ୍ଣପୁର ଜିଲ୍ଲା ସାଲେପାଲି ଛକରୁ ଧରାପଡିଲା ଗଞ୍ଜେଇ ଭର୍ତ୍ତି ଗାଡ଼ି । କାରରୁ ଜବତ ହେଲା ୧ କ୍ବିଣ୍ଟାଲ ୭୩ କେଜି ଗଞ୍ଜେଇ । ଗାଡି ଛାଡ଼ି ଡ୍ରାଇଭର ଫେରାର । 

ସୁବର୍ଣ୍ଣପୁର ଜିଲ୍ଲା ସାଲେପାଲି ଛକରୁ ଧରାପଡିଲା ଗଞ୍ଜେଇ ଭର୍ତ୍ତି ଗାଡ଼ି । କାରରୁ ଜବତ ହେଲା ୧ କ୍ବିଣ୍ଟାଲ ୭୩ କେଜି ଗଞ୍ଜେଇ । ଗାଡି ଛାଡ଼ି ଡ୍ରାଇଭର ଫେରାର । 

13

କନକ ବ୍ୟୁରୋ: ସୁବର୍ଣ୍ଣପୁର ରାମପୁର ଥାନା ସାଲେପାଲି ଛକଠାରେ ଗଞ୍ଜେଇ ଗାଡ଼ି ଜବତ । ମାଜିଷ୍ଟ୍ରେଟ୍ ତଥା ରାମପୁର ତହସିଲଦାର ବିମଲ କିଶୋର ପାତ୍ରଙ୍କ ଉପସ୍ଥିତିରେ ଗଂଜେଇ ସବୁର ଓଜନ କରାଯାଇଛି।  ଗାଡ଼ିରୁ ସର୍ବମୋଟ ଏକ କ୍ୱିଣ୍ଟାଲ ୭୩ କେଜି ଗଂଜେଇ ବାହାରିଥିବା ସହ ନଗଦ ୮୪୦ ଟଙ୍କା ଜବତ କରାଯାଇଥିଲା । ଗତକାଲି ସନ୍ଧ୍ୟାରେ ସନ୍ଦେହ ପୁଲିସ ଏକ କାରକୁ ବିନିକା ଥାନା ସମ୍ମୁଖରେ ଅଟକାଇବାକୁ ଚେଷ୍ଟା କରିବାରୁ ଗାଡିଟି ଦୃତ ଗତିରେ ପଳାଇଯାଇଥିଲା । 

ବିନିକା ପୁଲିସ ଗାଡିକୁ ଗୋଡ଼ାଇବାରୁ ରାମପୁର ଥାନା ସାଲେପାଲି ଛକଠାରେ ଗାଡି ଛାଡି ଡ୍ରାଇଭର ଫେରାର ହୋଇଯାଇଥିଲା । ତେବେ କାରର ଡ୍ରାଇଭର ସମେତ ଆଉ କେତେଜଣ ଥିଲେ ଜଣାପଡ଼ିନି । ଗଞ୍ଜେଇ ଭର୍ତ୍ତି ଗାଡ଼ିଟି କେଉଁ ଆଡକୁ ଯାଉଥିଲା ଓ କେଉଁ ମାନେ ଓ କେତେଜଣ ଥିଲେ ତାହା ବର୍ତ୍ତମାନ ପୁଲିସ ତଦନ୍ତ କରୁଛି  l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe