କନକ ବ୍ୟୁରୋ: ସୁବର୍ଣ୍ଣପୁର ରାମପୁର ଥାନା ସାଲେପାଲି ଛକଠାରେ ଗଞ୍ଜେଇ ଗାଡ଼ି ଜବତ । ମାଜିଷ୍ଟ୍ରେଟ୍ ତଥା ରାମପୁର ତହସିଲଦାର ବିମଲ କିଶୋର ପାତ୍ରଙ୍କ ଉପସ୍ଥିତିରେ ଗଂଜେଇ ସବୁର ଓଜନ କରାଯାଇଛି। ଗାଡ଼ିରୁ ସର୍ବମୋଟ ଏକ କ୍ୱିଣ୍ଟାଲ ୭୩ କେଜି ଗଂଜେଇ ବାହାରିଥିବା ସହ ନଗଦ ୮୪୦ ଟଙ୍କା ଜବତ କରାଯାଇଥିଲା । ଗତକାଲି ସନ୍ଧ୍ୟାରେ ସନ୍ଦେହ ପୁଲିସ ଏକ କାରକୁ ବିନିକା ଥାନା ସମ୍ମୁଖରେ ଅଟକାଇବାକୁ ଚେଷ୍ଟା କରିବାରୁ ଗାଡିଟି ଦୃତ ଗତିରେ ପଳାଇଯାଇଥିଲା ।
ବିନିକା ପୁଲିସ ଗାଡିକୁ ଗୋଡ଼ାଇବାରୁ ରାମପୁର ଥାନା ସାଲେପାଲି ଛକଠାରେ ଗାଡି ଛାଡି ଡ୍ରାଇଭର ଫେରାର ହୋଇଯାଇଥିଲା । ତେବେ କାରର ଡ୍ରାଇଭର ସମେତ ଆଉ କେତେଜଣ ଥିଲେ ଜଣାପଡ଼ିନି । ଗଞ୍ଜେଇ ଭର୍ତ୍ତି ଗାଡ଼ିଟି କେଉଁ ଆଡକୁ ଯାଉଥିଲା ଓ କେଉଁ ମାନେ ଓ କେତେଜଣ ଥିଲେ ତାହା ବର୍ତ୍ତମାନ ପୁଲିସ ତଦନ୍ତ କରୁଛି l
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/09/13-2025-10-09-14-36-17.jpg)