ଆପାର୍ଟମେଣ୍ଟରେ ଗଞ୍ଜେଇ ଚାଷ ; ଲଗାଇଥିଲେ ପାଖାପାଖି ୮୦ ଗଛ

ଆପାର୍ଟମେଣ୍ଟରେ ଗଞ୍ଜେଇ ଚାଷ କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଉତ୍ତର ପ୍ରଦେଶର ଗ୍ରେଟର ନୋଏଡା ପୁଲିସ । ତାଙ୍କ ନାଁ ରାହୁଲ ଚୌଧୁରୀ ।

ଅଦ୍ୟତନ ହୋଇଛି
Screen Shot 2024-11-14 at 9.11.16 AM

କନକ ବ୍ୟୁରୋ: ଆପାର୍ଟମେଣ୍ଟରେ ଗଞ୍ଜେଇ ଚାଷ କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଉତ୍ତର ପ୍ରଦେଶର ଗ୍ରେଟର ନୋଏଡା ପୁଲିସ  । ତାଙ୍କ ନାଁ ରାହୁଲ ଚୌଧୁରୀ । ତାଙ୍କ ଘରୁ ୮୦ଟି ଗଞ୍ଚେଇ ଗଛ ଜବତ କରାଯାଇଛି। ଯାହାର ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ତା’ ସହିତ ତାଙ୍କ ଘରୁ ଗଞ୍ଜେଇ ମଞ୍ଜି, ସାର ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି। ଗ୍ରେଟର ନୋଏଡା ପୁଲିସ ପକ୍ଷରୁ କୁହାଯାଇଛି ଯେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପାର୍ଶ୍ୱନାଥ ପାନୋରମା ସୋସାଇଟିରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ରାହୁଲ ଚୌଧୁରୀ ତାଙ୍କ ଘରେ ଫୁଲ କୁଣ୍ଡରେ ଗଞ୍ଜେଇ ଚାଷ କରିଥିବା ଦେଖିବାକୁ ମିଳିଥିଲା। ପୂରା କିଚେନ୍ ଗାର୍ଡେନ ଶୈଳୀରେ ସେ ଗଞ୍ଜେଇ ଚାଷ କରିଥିଲେ। ଅଭିଯୁକ୍ତ ଗଞ୍ଜେଇ ଗଛ ପିଛା ୫ରୁ ୬ ହଜାର ଟଙ୍କା ଖର୍ଚ୍ଚ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe