କନକ ବ୍ୟୁରୋ : ପାର୍କର ଭ୍ରମ ସୃଷ୍ଟି କରୁଛି ଥାନା । ଗ୍ରାମାଞ୍ଚଳର ଥାନା ଦେଶରେ ଏକ ନମ୍ବର । ସର୍ଵ ଶ୍ରେଷ୍ଠ ଥାନା ମାନ୍ୟତା ପାଇଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା । ୨୦୨୪ରେ ସମଗ୍ର ଦେଶରେ ୩ଟି ଶ୍ରେଷ୍ଠ ଥାନା ଚିହ୍ନଟ ହୋଇଛି । ସେଥିରେ ରହିଛି ପାଟପୁର। ସେପ୍ଟେମ୍ବର ୨୮ରେ ସେଣ୍ଟ୍ରାଲ ଟିମ ବିଭିନ୍ନ ଥାନାକୁ ଯାଇ ଅନୁଧ୍ୟାନ କରିଥିଲେ । ଥାନାର ପରିସରର ପରିବେଶ ଓ ଆନୁସଙ୍ଗକି ବ୍ୟବସ୍ଥାକୁ ଦେଖି ଶ୍ରେଷ୍ଠ ଥାନା ମାନ୍ୟତା ଦେଇଛନ୍ତି କେନ୍ଦ୍ର ସରକାର । ଆସନ୍ତା ୨୯ ତାରିଖରେ ପାଟପୁର ଥାନା ଅଧିକାରୀକୁ ସମ୍ମାନିତ କରିବେ ଗୃହ ମନ୍ତ୍ରାଳୟ ।

Advertisment

ସବୁଜିମା ଭରା ଅଞ୍ଚଳ । ସୁନ୍ଦର ସାଜସଜା, ବ୍ୟାଡମିଣ୍ଟନ, ଯୁବପିଢ଼ିଙ୍କ ପାଇଁ ଭଳିକି ଭଳି କୋର୍ଟ, ଓପନ ଜିମ୍ ସାମଗ୍ରୀ ସାଙ୍ଗକୁ ଅଭ୍ୟର୍ଥନା ଗୃହ । ଭଳିକି ଭଳି ଗଛ ସାଙ୍ଗକୁ ପାର୍କର ଭ୍ରମ ସୃଷ୍ଟି କରୁଥିବା ଦୃଶ୍ୟ ହେଉଛି ଏକ ଗ୍ରାମାଞ୍ଚଳ ଥାନାର । ସକାଳ ଓ ସନ୍ଧ୍ୟାରେ ପୁଲିସମାନଙ୍କ ସହ ଖେଳନ୍ତି କୁନି କୁନି ପିଲା ଓ ଯୁବପିଢି । ଚାରିଆଡେ ନଜର ରଖିଛି ସିସିଟିଭି । ଥାନା ପରିସରର ଦୃଶ୍ୟ ଯେମିତି ଏଠାରେ ପୁଲିସ କର୍ମଚାରୀ ଓ ଅଫିସରଙ୍କ ସେମିତି ଉତ୍ତମ ବ୍ୟବହାର ବୋଲି କହନ୍ତି ସ୍ଥାନୀୟ ବାସିନ୍ଦା । ତେଣୁ ଦେଶର ସମସ୍ତ ଥାନାକୁ ପଛରେ ପକାଇ ସର୍ଵ ଶ୍ରେଷ୍ଠ ଥାନାର ମାନ୍ୟତା ପାଇଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ।

ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ଅଧିନରେ ରହିଛି ପାଟପୁର ଥାନା । ଏଠିକାର ଥାନା ଅଧିକାରୀ ଓ କର୍ମଚାରୀ ଲୋକଙ୍କୁ ସୁରକ୍ଷା ଯୋଗାଇବାରେ ସମସ୍ତ ପ୍ରକାର ଚେଷ୍ଟା କରିଥାନ୍ତି । ଅଞ୍ଚଳରେ ଚାଲିଥିବା କଳା କାରବାର ରୋକିବା ସହ ଅପରାଧୀଙ୍କୁ ଗିରଫ କରି ଜେଲ ପଠାଇବାରେ ସିଦ୍ଧହସ୍ତ ଥାନା ବାବୁ । ସଡ଼କ ଦୁର୍ଘଟଣା, ବାଲ୍ୟ ବିବାହ ରୋକିବା ଦିଗରେ ସଚେତନତା କାର୍ଯ୍ୟକ୍ରମ କରି ଲୋକଙ୍କୁ ସତର୍କ କରାଇବାରେ ବେଶ ଆଗୁଆ ପାଟପୁର ଥାନା । ୨୭ଟି ପଞ୍ଚାୟତରେ ସୁନାମ ଅର୍ଜନ କରିଥିବା ଥାନା ଦେଶର ଶ୍ରେଷ୍ଠ ଥାନା । ୧୧୩ ବର୍ଷର ପୁରାତନ ଥାନାର ନବେକଳେବର କରିବାରେ ସକ୍ଷମ ହୋଇଛନ୍ତି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ । ଯାହା ଗତ ସେପ୍ଟେମ୍ୱର ୨୮ରେ ଆସିଥିବା କେନ୍ଦ୍ରିୟ ଟିମ୍‌ଙ୍କୁ ଆକୃଷ୍ଟ କରିଛି ।

୧୧୩ ବର୍ଷର ପୁରାତନ ଥାନାର ନବେକଳେବର କରିବାରେ ସକ୍ଷମ ହୋଇଛନ୍ତି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ । ଏହାସହ ଥାନା ଅଧିକାରୀ ଓ କର୍ମଚାରୀଙ୍କୁ ତ୍ୱରିତ୍ୱ କାର୍ଯ୍ୟାନୁଷ୍ଠାନ, ଗତ ସେପ୍ଟେମ୍ୱର ୨୮ରେ ଆସିଥିବା କେନ୍ଦ୍ରିୟ ଟିମ୍‌ଙ୍କୁ ଆକୃଷ୍ଟ କରିଛି ।