ସୁରକ୍ଷା ମାଗୁଛି କ୍ରାଫ୍ଟ କଲେଜ, ଚାଲିଛି ବିପଦପୂର୍ଣ୍ଣ ପାଠପଢ଼ା

Advertisment

ଜରାଜୀର୍ଣ୍ଣ ଖଲ୍ଲିକୋଟ୍‌ର ଚାରୁ ଓ କାରୁକଳା ମହାବିଦ୍ୟାଳୟ । ଛାତରୁ ଖସୁଛି ସିଲିଂ, ଭଙ୍ଗା ଘରେ ପଢ଼ୁଛନ୍ତି ପିଲା । ହଷ୍ଟେଲ୍‌ ବି ଅବହେଳିତ । ନୂତନ କୋଠା ନିର୍ମାଣ ପାଇଁ ସଂସ୍କୃତି ବିଭାଗ ଧ୍ୟାନ ଦେବାକୁ ଛାତ୍ରଛାତ୍ରୀଙ୍କ ଦାବି । 

ଜରାଜୀର୍ଣ୍ଣ ଖଲ୍ଲିକୋଟ୍‌ର ଚାରୁ ଓ କାରୁକଳା ମହାବିଦ୍ୟାଳୟ । ଛାତରୁ ଖସୁଛି ସିଲିଂ, ଭଙ୍ଗା ଘରେ ପଢ଼ୁଛନ୍ତି ପିଲା । ହଷ୍ଟେଲ୍‌ ବି ଅବହେଳିତ । ନୂତନ କୋଠା ନିର୍ମାଣ ପାଇଁ ସଂସ୍କୃତି ବିଭାଗ ଧ୍ୟାନ ଦେବାକୁ ଛାତ୍ରଛାତ୍ରୀଙ୍କ ଦାବି । 

32Oldest Art College in Khallikote

କନକ ବ୍ୟୁରୋ: ପରିଚୟ ହରାଉଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ସର୍ବ ପୁରାତନ ଆର୍ଟ କଲେଜ । କେତେବେଳେ କ’ଣ ଘଟିବ ତା’ର ଠିକ୍‌ ଠିକଣା ନାହିଁ । ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଚାରୁ ଓ କାରୁକଳା ମହାବିଦ୍ୟାଳୟ । ତଥାପି ଧ୍ୟାନ ଦେଉନାହିଁ ସଂସ୍କୃତି ବିଭାଗ ।

ଜରାଜୀର୍ଣ୍ଣ ଚାରୁ ଓ କାରୁକଳା ମହାବିଦ୍ୟାଳୟ
ଖସୁଛି ସିଲିଂ, ଚାଲିଛି ବିପଦପୂର୍ଣ୍ଣ ପାଠପଢ଼ା 

ଖଲ୍ଲିକୋଟର ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ ରାଜ୍ୟର ସର୍ବପୁରାତନ ଆର୍ଟ୍‌ କଲେଜ । ୧୯୫୭ରେ ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ରାଜ ପ୍ରାସାଦରେ ଆରମ୍ଭ ହୋଇଥିବା କଲେଜ ଆଜି ଅବହେଳିତ । ଛାତରୁ ସିଲିଂ ଖସୁଛି । କାନ୍ଥ ଫାଟି ଆଁ କଲାଣି । ସିମେଣ୍ଟ ଖସି ରଡ୍‌ ଦେଖାଯାଉଛି । ନୂତନ କୋଠା ନଥିବାରୁ ଭଙ୍ଗାଘରେ ବସି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ ।  

ଅଧାଭଙ୍ଗା ହଷ୍ଟେଲ୍‌ରେ ପିଲା
ଲକ୍ଷ୍ୟଠୁ ଦୂରରେ ନୂଆ ନିର୍ମାଣ

ମହାବିଦ୍ୟାଳୟରେ ଥିବା ହଷ୍ଟେଲ କଥା ବି ନକହିବା ଭଲ । ଯେଉଁଠି ଦେଖିବ ସିମେଣ୍ଟ ଖସୁଛି । ୧୯୮୫ରେ ଛାତ୍ରାବାସ ନିର୍ମାଣ ପରଠୁ ରକ୍ଷଣାବେକ୍ଷଣ କରାଯାଇନାହିଁ । ହଷ୍ଟେଲରେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ବର୍ଷର ଛାତ୍ର ରହୁଛନ୍ତି । ଖାଲି ଛାତ୍ର ନୁହେଁ, ଛାତ୍ରୀନିବାସ ସ୍ଥିତି ବି ସମାନ । ବର୍ଷେ ହେଲାଣି ମରାମତି ପାଇଁ ଅଢ଼େଇ କୋଟି ଅନୁଦାନ ଆସିଥିଲେ ବି ଖର୍ଚ୍ଚ କରାଯାଉନାହିଁ ! ମହାବିଦ୍ୟାଳୟର ଏହି କୋଠା ପାଖାପାଖି ୫ଶହ ବର୍ଷ ପୂର୍ବର ହୋଇଥିବା ଅନୁମାନ କରାଯାଏ । କେବେ ସଂସ୍କୃତି ବିଭାଗ ପକ୍ଷରୁ ଏହାର ମରାମତି ଦିଗରେ ପଦକ୍ଷେପ ନିଆଯିବ ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe