କନକ ବ୍ୟୁରୋ: ପରିଚୟ ହରାଉଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ସର୍ବ ପୁରାତନ ଆର୍ଟ କଲେଜ । କେତେବେଳେ କ’ଣ ଘଟିବ ତା’ର ଠିକ୍ ଠିକଣା ନାହିଁ । ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଚାରୁ ଓ କାରୁକଳା ମହାବିଦ୍ୟାଳୟ । ତଥାପି ଧ୍ୟାନ ଦେଉନାହିଁ ସଂସ୍କୃତି ବିଭାଗ ।
ଜରାଜୀର୍ଣ୍ଣ ଚାରୁ ଓ କାରୁକଳା ମହାବିଦ୍ୟାଳୟ
ଖସୁଛି ସିଲିଂ, ଚାଲିଛି ବିପଦପୂର୍ଣ୍ଣ ପାଠପଢ଼ା
ଖଲ୍ଲିକୋଟର ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ ରାଜ୍ୟର ସର୍ବପୁରାତନ ଆର୍ଟ୍ କଲେଜ । ୧୯୫୭ରେ ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ରାଜ ପ୍ରାସାଦରେ ଆରମ୍ଭ ହୋଇଥିବା କଲେଜ ଆଜି ଅବହେଳିତ । ଛାତରୁ ସିଲିଂ ଖସୁଛି । କାନ୍ଥ ଫାଟି ଆଁ କଲାଣି । ସିମେଣ୍ଟ ଖସି ରଡ୍ ଦେଖାଯାଉଛି । ନୂତନ କୋଠା ନଥିବାରୁ ଭଙ୍ଗାଘରେ ବସି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ ।
ଅଧାଭଙ୍ଗା ହଷ୍ଟେଲ୍ରେ ପିଲା
ଲକ୍ଷ୍ୟଠୁ ଦୂରରେ ନୂଆ ନିର୍ମାଣ
ମହାବିଦ୍ୟାଳୟରେ ଥିବା ହଷ୍ଟେଲ କଥା ବି ନକହିବା ଭଲ । ଯେଉଁଠି ଦେଖିବ ସିମେଣ୍ଟ ଖସୁଛି । ୧୯୮୫ରେ ଛାତ୍ରାବାସ ନିର୍ମାଣ ପରଠୁ ରକ୍ଷଣାବେକ୍ଷଣ କରାଯାଇନାହିଁ । ହଷ୍ଟେଲରେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ବର୍ଷର ଛାତ୍ର ରହୁଛନ୍ତି । ଖାଲି ଛାତ୍ର ନୁହେଁ, ଛାତ୍ରୀନିବାସ ସ୍ଥିତି ବି ସମାନ । ବର୍ଷେ ହେଲାଣି ମରାମତି ପାଇଁ ଅଢ଼େଇ କୋଟି ଅନୁଦାନ ଆସିଥିଲେ ବି ଖର୍ଚ୍ଚ କରାଯାଉନାହିଁ ! ମହାବିଦ୍ୟାଳୟର ଏହି କୋଠା ପାଖାପାଖି ୫ଶହ ବର୍ଷ ପୂର୍ବର ହୋଇଥିବା ଅନୁମାନ କରାଯାଏ । କେବେ ସଂସ୍କୃତି ବିଭାଗ ପକ୍ଷରୁ ଏହାର ମରାମତି ଦିଗରେ ପଦକ୍ଷେପ ନିଆଯିବ ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/09/19/32oldest-art-college-in-khallikote-2025-09-19-18-16-26.jpg)