କନକ ବ୍ୟୁରୋ: ଗଞ୍ଜାମ ପ୍ରସିଦ୍ଧ ଦଣ୍ଡ ଯାତ୍ରା । ଚୈତ୍ର ମାସରେ ନିଷ୍ଠାର ସହ ବ୍ରତ ପାଳନ କରନ୍ତି ଦଣ୍ଡୁଆ । ଜିଲ୍ଲା ବାହାରରୁ ମଧ୍ୟ ମାନସିକଧାରୀମାନେ ଆସି ମା' କାଳୀ ଓ ମାହାଦେବଙ୍କ ଏହି ଯାତ୍ରାରେ ସାମିଲ ହୋଇଥାନ୍ତି। ଦଣ୍ଡୁଆମାନେ ଦିନ ତମାମ୍ ନାନା ପ୍ରକାର ନୀତିକାନ୍ତି ଓ ନିଷ୍ଠାରେ ମା'ଙ୍କ ଘଟକୁ ମୁଣ୍ଡରେ ଧରି ଗାଁ ଗାଁ ବୁଲିଥାନ୍ତି । ସଂଧ୍ୟାରେ ଧୁଳି ଦଣ୍ଡ ପରେ ପଣାପାଣି ପିଇଥାନ୍ତି । ମଧ୍ୟରାତ୍ରରେ ଗୋଟିଏ ଥର ଭୋଜନ କରିବାର ପରମ୍ପରା ରହିଛି ।

Advertisment

ସେରଗଡ ବ୍ଲକ କୁଳାଗଡ ଗାଁରେ ମାଆ କାଳିଙ୍କ ଦାଣ୍ଡ ଯାତ୍ରା ଟିକିଏ ନିଆରା । ଏଠାକୁ ସବୁଠାରୁ ଅଧିକ ଦଣ୍ଡୁଆ ଆସିଧାନ୍ତି । ଚଳିତ ବର୍ଷ ୧୪୩୦ ଜଣ ଦଣ୍ଡୁଆ ରହିଛନ୍ତି । ଦୀର୍ଘ ୨୫୭ ବର୍ଷର ଏହି ପରମ୍ପରା ରହିଛି ଅନେକ ସ୍ୱତନ୍ତ୍ରତା । ରାତ୍ର ଭୋଜନର ରହିଛି ନିୟାରା ବିଧି । ପିତଳ ହଣ୍ଡାରେ ପ୍ରସ୍ତୁତ ହୁଏ ଖାଦ୍ୟ । ଗୋଟିଏ ଲମ୍ବା ଚୁଲିରେ ଏକାଥରେ ୪୩ ପିତଳ ହଣ୍ଡାରେ ଭାତ ଓ ୪୩ ପିତଳ ହଣ୍ଡା ଡାଲମା ରୋଷେଇ ହୁଏ। । 

ଆଉ ଏକ ସ୍ୱତନ୍ତ୍ରତା ହେଉଛି, ଏଠାରେ ରାତିରେ କୌଣସି ସାମାଜିକ କି ପୌରାଣିକ ନାଟକ କରାଯାଏ ନାହିଁ । କେବଳ ପୁରୁଣା ଦିନର ଦଣ୍ଡ ରୀତିନୀତିକୁ ଲୋକମାନଙ୍କ ସମ୍ମୁଖକୁ ଅଣା ଯାଇଥାଏ । ତେଣୁ ପ୍ରତି ବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।