ଗଞ୍ଜାମ ସୋରଡ଼ା ଥାନା ସ୍ଵର୍ଗଦ୍ଵାର ଗାଁରେ ଅଭାବନୀୟ ଘଟଣା : ଠେଙ୍ଗାରେ ପିଟିପିଟି ଭିକାରୀଙ୍କୁ ହତ୍ୟା ଅଭିଯୋଗ

ଭିକାରୀକୁ ପିଟି ପିଟି ମାରିଦେଲେ ।  ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ସ୍ଵର୍ଗଦ୍ଵାର ଗାଁ ନିକଟରୁ ବୃଦ୍ଧା ଭିକାରୀଙ୍କ ମୃତ ଶରୀର ଜବତ ହୋଇଛି  ।   ଠେଙ୍ଗାରେ ପିଟି ପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଦୁବୃର୍ତ୍ତ

2

Photograph: (KANAKNEWS)

କନକବ୍ୟୁରୋ : ଭିକାରୀକୁ ପିଟି ପିଟି ମାରିଦେଲେ ।  ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ସ୍ଵର୍ଗଦ୍ଵାର ଗାଁ ନିକଟରୁ ବୃଦ୍ଧା ଭିକାରୀଙ୍କ ମୃତ ଶରୀର ଜବତ ହୋଇଛି  ।   ଠେଙ୍ଗାରେ ପିଟି ପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଦୁବୃର୍ତ୍ତ । ମୃତକ ଜଣକ ସିଙ୍ଗପୁର ଗାଁର ଶିଶିର ମୁନି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ମୃତକ ବୃଦ୍ଧା ଜଣକ ଭିକ୍ଷାବୃତି କରି ବଂଚୁଥିଲେ  ।  ଗତକାଲି  ବିଳମ୍ବିତ ରାତିରେ କିଛି ଅସାମାଜିକ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି ।  ଆଜି ଭୋର୍ ସମୟରେ ସ୍ଥାନୀୟ ଲୋକ ପୁଲିସ କୁ ଖବର ଦେବା ପରେ ଘଟଣା ସ୍ଥଳରେ ସୋରଡ଼ା ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ଏହି ଘଟଣା ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରାକରୁଛି । ହେଲେ କେଉଁ କାରଣରୁ ହତ୍ୟା କରାଯାଇଛି ତାହାର କାରଣ ଅସ୍ପଷ୍ଟ  ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe