କନକବ୍ୟୁରୋ : ଭିକାରୀକୁ ପିଟି ପିଟି ମାରିଦେଲେ ।  ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ସ୍ଵର୍ଗଦ୍ଵାର ଗାଁ ନିକଟରୁ ବୃଦ୍ଧା ଭିକାରୀଙ୍କ ମୃତ ଶରୀର ଜବତ ହୋଇଛି  ।   ଠେଙ୍ଗାରେ ପିଟି ପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଦୁବୃର୍ତ୍ତ । ମୃତକ ଜଣକ ସିଙ୍ଗପୁର ଗାଁର ଶିଶିର ମୁନି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ମୃତକ ବୃଦ୍ଧା ଜଣକ ଭିକ୍ଷାବୃତି କରି ବଂଚୁଥିଲେ  ।  ଗତକାଲି  ବିଳମ୍ବିତ ରାତିରେ କିଛି ଅସାମାଜିକ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି ।  ଆଜି ଭୋର୍ ସମୟରେ ସ୍ଥାନୀୟ ଲୋକ ପୁଲିସ କୁ ଖବର ଦେବା ପରେ ଘଟଣା ସ୍ଥଳରେ ସୋରଡ଼ା ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ଏହି ଘଟଣା ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରାକରୁଛି । ହେଲେ କେଉଁ କାରଣରୁ ହତ୍ୟା କରାଯାଇଛି ତାହାର କାରଣ ଅସ୍ପଷ୍ଟ  ।
 

Advertisment