କନକ ବ୍ୟୁରୋ : ସ୍ପେଶାଲ୍ ଡ୍ରାଇଭରେ ଗଞ୍ଜାମ ପୁଲିସକୁ ବଡ଼ ସଫଳତା । ୧୭ଟି ମାଉଜର, ୬୬ଟି ଅଫୁଟା ଗୁଳି, ୪ଟି ଖୋକା ସହ ୧୬ ମୋବାଇଲ ଜବତ ।  ୧୮ ଜଣ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ । ଜିଲ୍ଲାର ଆସିକା, ଶେରଗଡ଼, କୋଟିନଡା, ଭଞ୍ଜନଗର ଓ ପୋଲସରା ଥାନା ଅଞ୍ଚଳରେ ସ୍ପେଶାଲ ଡ୍ରାଇଭ୍‌ ହୋଇଥିଲା । ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶରେ ହୋଇଥିଲା ସ୍ପେଶାଲ ଡ୍ରାଇଭ । ପୁରୁଷୋତ୍ତମପୁର ଏସ୍‌ଡିପିଓ, ଆସିକା ଏସ୍‌ଡିପିଓ, ଭଞ୍ଜନଗର ଏସ୍‌ଡିପିଓଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀମାନେ ଏହି ସ୍ପେଶାଲ୍‌ ଡ୍ରାଇଭରେ ସାମିଲ ହୋଇଥିଲେ । ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର ଜବତ କରିଛି ପୁଲିସ୍‌ ।