କନକ ବ୍ୟୁରୋ: ଦିନ ଥିଲା ଯିଏ ବାହାର ରାଜ୍ୟକୁ ଯାଇ କାମ କରି ଘର ଚଳାଉଥିଲେ ଆଜି ସେ ଅଚଳ । ରୋଗ ତାଙ୍କୁ କରିଦେଇଛି ଅକର୍ମଣ୍ୟ । ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ । ଆଉ ନିରୂପାୟ ହୋଇ ପାଖରେ ବସି ଲୁହ ଗଡାଉଛନ୍ତି ସ୍ତ୍ରୀ ଓ ଝିଅ । 

Advertisment

ନିସ୍ତେଜ ହୋଇ ପଡିରହିଥିବା ଏ ବ୍ୟକ୍ତି ଜଣକ  ହେଉଛନ୍ତି ଗଞ୍ଜାମ ଖଲ୍ଲିକୋଟ ରାଣୀପଡା ଗ୍ରାମର ମୂରଲୀ ପ୍ରଧାନ । ମୂରଲୀ  ବେଙ୍ଗଲୁରରେ କାମ କରୁଥିଲେ । ଥରେ ପେଟରେ ଯନ୍ତ୍ରଣା ହେବାରୁ ସେଠାରେ ସେ ଚିକିତ୍ସିତ ହୋଇଥିଲେ  । ଅପରେସନ୍ ବି ହେଲା କିନ୍ତୁ ଯନ୍ତ୍ରଣା କମିଲାନି । ସେଠାରୁ ସେ ଘରକୁ ଫେରିଆସିବା ପରେ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲରେ ତାଙ୍କୁ ଆଡମିଟ କରାହେଲା । ହେଲେ ଡାକ୍ତର କହିଲେ ବେଙ୍ଗାଳୁରୁରେ ତାଙ୍କ ଭୁଲ ଅସ୍ତ୍ରୋପଚାର ହୋଇଥିବାରୁ କ୍ୟାନ୍ସର ହୋଇଯାଇଛି । କଳିଙ୍ଗ ହସ୍ପିଟାଲରେ ବି ଅପରେସନ୍ ହୋଇଥିଲା । ଏଥିରେ ଝିଅ ବାହାଘର ପାଇଁ ପେଟପାଟି ମାରି ଯାହା କିଛି ସଞ୍ଚୟ କରିଥିଲେ ସବୁ ସରିଗଲା । ସ୍ୱାସ୍ଥ୍ୟକାର୍ଡରୁ ବି ଟଙ୍କା ସରିଗଲା । ଜବିବାଡି ବି ବିକ୍ରି ହୋଇଗଲା । ଆଉ ଚିକିତ୍ସା ପାଇଁ ପଇସାଟେ ନାହିଁ । ଖାଲି ଯାହା ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ପଡିଛି ।
 

ମୂରଲିଙ୍କ ପରେ ରୋଜଗାର କରିବାବାଲା ବି କେହି ନାହିଁ । ପୁଅ ଝିଅ ଦୁହିଁଙ୍କର ମୁଣ୍ଡକୁ ହାତ ପାଇନି । ବାପା ମୂରଲିଙ୍କର ଏଭଳି ଅବସ୍ଥାରେ ଚିନ୍ତା କରିବାକୁ ମୁଣ୍ଡରେ କିଛି ପଶୁନି । ଭବିଷ୍ୟତ ବି ଦେଖିହେଉନି । ଆଖିରୁ ଲୁହ ଝରାଇବା ବେଳେ ଆହା କହିବାକୁ ବି କେହି ନାହିଁ । ଏବେ ଖାଲି ଯାହା ସରକାରଙ୍କ ସାହାଯ୍ୟକୁ ଆପେକ୍ଷା

ଦୁଇ ଦୁଇ ଜଣ ନିବାଳିକା ପୁଅ ଝିଅଙ୍କୁ ନେଇ ଜଣେ ଅସହାୟ ସ୍ତ୍ରୀର ଦାୟିତ୍ୱ ନେବାକୁ ଆଉ ମୂରଲିଙ୍କର ଜୁ ନାହିଁ । ହେଲେ ତାଙ୍କର ବିକଳ ଚିକ୍ରାର ଏତିକି କହୁଛି, ସରକାରଙ୍କ ସହ ଆପଣମାନଙ୍କ ସାହାଯ୍ୟ ସହଯୋଗ ମୂରଲିଙ୍କ କଷ୍ଟକୁ ଟିକେ ଲାଘବ କରିପାରିବ । ପିଲା ଦିଟାଙ୍କ ଭବିଷ୍ୟତକୁ ନିଶ୍ଚିତ କରିପାରିବ ।