‘ସୁଭଦ୍ରା’ ନେଇ ଗୁଜବକୁ ବିଶ୍ୱାସ କରନି’ ; ସତର୍କ କରାଇଲେ ଗଞ୍ଜାମ ଜିଲ୍ଲାପାଳ

Advertisment

ସୁଭଦ୍ରା ଯୋଜନାକୁ ନେଇ ହେଉଥିବା ଗୁଜବ ଉପରେ ସତର୍କ କରାଇଲେ ଗଞ୍ଜାମ ଜିଲ୍ଲାପାଳ । ଗୁଜବକୁ ବିଶ୍ୱାସ ନକରିବାକୁ ପରାମର୍ଶ । ସେପଟେ ଆବେଦନ କରିବା ପାଇଁ ସବୁଠି ଗହଳି । ଆଧାର ସଂଶୋଧନ ପାଇଁ ପୋଷ୍ଟ ଅଫିସ, ବ୍ଲକ କାର୍ଯ୍ୟାଳୟରେ ଲମ୍ୱା ଲାଇନ୍ ।

rumour

କନକ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ହେଉଥିବା ଗୁଜବକୁ ବିଶ୍ୱାସ ନକରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ  ପରାମର୍ଶ । ମହିଳାଙ୍କୁ ସଶକ୍ତ କରିବା ପାଇଁ ଓଡିଶା ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି  । ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଲାଗି ଏହି ଯୋଜନା  ।ଏହାକୁ ନେଇ ପ୍ରଚାର ହେଉଥିବା ଗୁଜବକୁ ବିଶ୍ୱାସ ନକରିବା ଲାଗି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା କହିଛନ୍ତି  ।

ଏହି ଯୋଜନା ଆବେଦନ ପାଇଁ କୌଣସି ସମୟସୀମା ନାହିଁ। ଆଧାର କାର୍ଡ ବ୍ୟତୀତ ଅନ୍ୟ କୌଣସି ପ୍ରମାଣ ପତ୍ରର ଆବଶ୍ୟକ ନୁହେଁ। ଏହା ସମ୍ପୂର୍ଣ୍ଣ ଦେୟମୁକ୍ତ ବୋଲି ଜିଲ୍ଲାପାଳ କହିଛନ୍ତି  । ଏନେଇ କୌଣସି ଅଭିଯୋଗ ଥିଲେ ଟୋଲ-ଫ୍ରି ନମ୍ବର ୧୪୬୭୮ ରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe