କନକ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ହେଉଥିବା ଗୁଜବକୁ ବିଶ୍ୱାସ ନକରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ପରାମର୍ଶ । ମହିଳାଙ୍କୁ ସଶକ୍ତ କରିବା ପାଇଁ ଓଡିଶା ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଲାଗି ଏହି ଯୋଜନା ।ଏହାକୁ ନେଇ ପ୍ରଚାର ହେଉଥିବା ଗୁଜବକୁ ବିଶ୍ୱାସ ନକରିବା ଲାଗି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା କହିଛନ୍ତି ।
ଏହି ଯୋଜନା ଆବେଦନ ପାଇଁ କୌଣସି ସମୟସୀମା ନାହିଁ। ଆଧାର କାର୍ଡ ବ୍ୟତୀତ ଅନ୍ୟ କୌଣସି ପ୍ରମାଣ ପତ୍ରର ଆବଶ୍ୟକ ନୁହେଁ। ଏହା ସମ୍ପୂର୍ଣ୍ଣ ଦେୟମୁକ୍ତ ବୋଲି ଜିଲ୍ଲାପାଳ କହିଛନ୍ତି । ଏନେଇ କୌଣସି ଅଭିଯୋଗ ଥିଲେ ଟୋଲ-ଫ୍ରି ନମ୍ବର ୧୪୬୭୮ ରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/1k2p6E2GpUr89EBUWuvr.jpg)