କନକ ବ୍ୟୁରୋ: ମନ୍ଦିର ଚୋରି ଘଟଣାର ପର୍ଦ୍ଦାଫାସ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ମା ବ୍ୟାଘ୍ରଦେବୀ ମନ୍ଦିରରୁ ହୋଇଥିବା ଚୋରି ଘଟଣାରେ ପୁଲିସକୁ ମିଳିଛି ସଫଳତା । ଗତମାସ ୨୫ ଓ ୨୬ ତାରିଖ ରାତିରେ ମା ବ୍ୟାଘ୍ରଦେବୀଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିଲା । ଏହି ଘଟଣାରେ ଭଞ୍ଜନଗର ପୋଲିସ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ କୁଲାଡ଼ ଅଞ୍ଚଳର ସନ୍ତୋଷ ନାଇକ, ରବୀନ୍ଦ୍ର ନାଇକ, ସୁଶାନ୍ତ ନାଇକ ଓ ଟୁକୁନା ସ୍ୱାଇଁ । ସେମାନଙ୍କ ନିକଟରୁ ଚୋରି ଅଳଙ୍କାର ମଧ୍ୟ ଜବତ କରିଛି ପୁଲିସ ।