ପ୍ରଦୂଷଣ ଶୀର୍ଷରେ ଗଙ୍ଗୁଆ ନାଳ, ପାଣିକୁ ଛୁଇଁଲେ ବ୍ୟାପୁଛି ଚର୍ମରୋଗ, ଦୟାନଦୀରେ ମିଶି ଚିଲିକାରେ ପଡିବା ପରେ ପ୍ରଭାବିତ ହେଉଛି ଜୈବବିବିଧତା

ଚନ୍ଦକା ଅଭୟାରଣ୍ୟରୁ ବାହାରି ପୁରୀ ଜିଳ୍ଲା ପିପିଲି ବ୍ଲକ୍‌ କଣ୍ଟିର ବାରିମୂଳ ଠାରେ ଦୟାରେ ମିଶିଶି ଗଙ୍ଗୁଆ। ନବେ ଦଶକରେ ଗଙ୍ଗୁଆ ପାଣିକୁ ଚାଷ   କାର୍ଯ୍ୟ ସହ ପିଇବା ପାଇଁ ବ୍ୟବହାର କରୁଥିଲେ ଲୋକେ। କିନ୍ତୁ ଗଲା ଚାରି ଦଶନ୍ଧି ଭିତରେ ଗଙ୍ଗୁଆ ପ୍ରଦୂଷଣର ଶୀର୍ଷରେ ପହଞ୍ଚିଛି। ପିଇବା ତ ଦୂରର କଥା ପାଣି ଛୁଇଁଲେ ବ୍ୟାପୁଛି ଚର୍ମ ରୋଗ। ଦୟା ନଦୀ କୂଳରେ ରହୁଥିବା ଲୋକ ଆଉ ଗଙ୍ଗୁଆ ଜଳକୁ ବ୍ୟବହାର କରିପରୁନାହନ୍ତି। ପ୍ରଦୂଷଣ ପାଣି ଯୋଗୁଁ ଦୟାରେ ମାଛ ବଢ଼ୁ ନାହାନ୍ତି। ଯାହା ଫଳରେ ଜୀବନ ଓ ଜୀବିକା ପ୍ରଭାବିତ ହେଉଛି ।

58

କନକ ବ୍ୟୁରୋ : ଦୟାନଦୀରେ ମିଶୁଛି ଗଙ୍ଗୁଆର ବିଶାକ୍ତ ଜଳ। ଫଳରେ ଦୟା ନଦୀ ସମେତ ରାଜୁଆ, ମକରା, ରତ୍ନାଚିରା, ଲୁଣା ଓ ଭାର୍ଗବୀ ପ୍ରମୁଖ ନଦୀର ଜଳ ପ୍ରଭାବିତ ହେଉଛି । ଗଙ୍ଗୁଆର ଦୂଷିତ ଜଳ ଦୟା ନଦୀ ଦେଇ ଚିଲିକାକୁ ଯାଉଥିବାରୁ ଚିଲିକାର ଜୈବବିବିଧତା ଉପରେ ମଧ୍ୟ ବଡ଼ ପ୍ରଭାବ ପଡ଼ୁଛି। ଗଙ୍ଗୁଆର ବିଶାକ୍ତ ଜଳକୁ ବିଶୋଧନ କରି ଛାଡ଼ିବାକୁ ଦୀର୍ଘଦିନ ଧରି ଦାବି ହେଉଥିଲେ ହେଁ ଏପର୍ୟ୍ୟନ୍ତ ଚୁପ୍‌ ବସିଛନ୍ତି ସରକାର।  

ଚନ୍ଦକା ଅଭୟାରଣ୍ୟରୁ ବାହାରି ପୁରୀ ଜିଳ୍ଲା ପିପିଲି ବ୍ଲକ୍‌ କଣ୍ଟିର ବାରିମୂଳ ଠାରେ ଦୟାରେ ମିଶିଶି ଗଙ୍ଗୁଆ। ନବେ ଦଶକରେ ଗଙ୍ଗୁଆ ପାଣିକୁ ଚାଷ   କାର୍ଯ୍ୟ ସହ ପିଇବା ପାଇଁ ବ୍ୟବହାର କରୁଥିଲେ ଲୋକେ। କିନ୍ତୁ ଗଲା ଚାରି ଦଶନ୍ଧି ଭିତରେ ଗଙ୍ଗୁଆ ପ୍ରଦୂଷଣର ଶୀର୍ଷରେ ପହଞ୍ଚିଛି। ପିଇବା ତ ଦୂରର କଥା ପାଣି ଛୁଇଁଲେ ବ୍ୟାପୁଛି ଚର୍ମ ରୋଗ। ଦୟା ନଦୀ କୂଳରେ ରହୁଥିବା ଲୋକ ଆଉ ଗଙ୍ଗୁଆ ଜଳକୁ ବ୍ୟବହାର କରିପରୁନାହନ୍ତି। ପ୍ରଦୂଷଣ ପାଣି ଯୋଗୁଁ ଦୟାରେ ମାଛ ବଢ଼ୁ ନାହାନ୍ତି। ଯାହା ଫଳରେ ଜୀବନ ଓ ଜୀବିକା ପ୍ରଭାବିତ ହେଉଛି ।

ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ଗଙ୍ଗୁଆ ମାମଲା ଏନ୍‌ଜିଟିରେ ପହଞ୍ଚିଥିଲା। ତାପରେ ଗଙ୍ଗୁଆ ପ୍ରଦୂଷଣ କମାଇବା ପାଇଁ ଜଳସମ୍ପଦ ବିଭାଗ, ବିଏମସି, ବିଡିଏ, ୱାଟକୋ ପ୍ରମୁଖ ବିଭାଗ ମଧ୍ୟରେ ବୈଠକ ହୋଇଥିଲା।  ସ୍ବରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ (ଏସଟିପି) କରାଯାଇ ଗଙ୍ଗୁଆ ଜଳକୁ ବିଶୋଧନ କରିବା ପରେ ଦୟାକୁ ଛଡ଼ାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏବେ ଯାଏ ଏ ଯୋଜନା   କାର୍ଯ୍ୟକାରୀ  ହୋଇନାହିଁ । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ୍‌। ତେବେ ଏନେଇ ୱାଟକୋ   ଏମଡି  ଦେବବ୍ରତ ମହାନ୍ତି କହିଛନ୍ତି। ପ୍ରାୟ ୨୦୦ କୋଟି ଟଙ୍କା ବ୍ୟୟରେ ୬୦ ଏମଏଲଡିର ଏସଟିପି ନିର୍ମାଣ ପାଇଁ ଯୋଜନା ଚାଲିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe