ଜେଲରେ ଚାଲିଛି ଗ୍ୟାଙ୍ଗଷ୍ଟରଙ୍କ ଦାଦାଗିରି, ବିଚାରାଧୀନ କଏଦୀଙ୍କୁ ଆକ୍ରମଣ ପରେ ଏଡିଜିଙ୍କ ତଦନ୍ତ

ଝାରପଡ଼ା ଜେଲ ଭିତରେ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କୁ ମାଡ଼ ପରେ ତଦନ୍ତ ପାଇଁ ପହଞ୍ଚିଛନ୍ତି କଟକ ଡିଭିଜନ୍ ଡିଆଇଜି ଅନସୂୟା ଜେନା

line

କନକବ୍ୟୁରୋ: ଝାରପଡ଼ା ଜେଲ ଭିତରେ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କୁ ମାଡ଼ ପରେ ତଦନ୍ତ ପାଇଁ ପହଞ୍ଚିଛନ୍ତି କଟକ ଡିଭିଜନ୍ ଡିଆଇଜି ଅନୂସୟା  ଜେନା। ଏସବୁ ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଜେଲ ଏଡିଜି ଅମିତାଭ ଠାକୁର। ପ୍ରଥମ ଦିନରେ ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ ପଚରା ଉଚରା କରିବା ସହ ଗ୍ୟାଙ୍ଗଷ୍ଟରଙ୍କ ପୁଅର ଆକ୍ରମଣରେ ଲହୁଲୁହାଣ ହୋଇଥିବା ବିଚାରାଧୀନ କଏଦୀ ସୌମ୍ୟକାନ୍ତଙ୍କ ବୟାନ ରେକର୍ଡ କରିଛନ୍ତି ଡିଆଇଜି ଅନୂସୟା ଜେନା।

ସେପଟେ ଘଟଣାକୁ ଗୁରୁତର ସହ ନେଇ ଝାରପଡ଼ା ଜେଲରେ ମଧ୍ୟ ପହଞ୍ଚିଥିଲେ ଜେଲ ଏଡିଜି ଅମିତାଭ ଠାକୁର। ଝାରପଡ଼ା ଜେଲରେ ବିଚାରାଧୀନ କଏଦୀ ଥିବା ସୌମ୍ୟକାନ୍ତ ମହାନ୍ତି କିଛିଦିନ ତଳେ ଭୁବନେଶ୍ୱର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ-DLSAଙ୍କୁ ଚିଠି ଲେଖି ଜେଲ୍ ଭିତର ଗୁମର ଜଣାଇଥିଲେ।

ଯେଉଁଥିରେ ଲେଖା ରହିଥିଲା ଯେ,  ସୌମ୍ୟକାନ୍ତଙ୍କ ପତ୍ନୀ କହିଛନ୍ତି ଏଭଳି ଅଭିଯୋଗ ପରେ ଆକ୍ରୋଶମୂଳକ ଭାବେ ଆକ୍ରମଣ କରିଛନ୍ତି ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନା ଓ ତାଙ୍କ ଗ୍ୟାଙ୍ଗ। ଚିଠି ମିଳିବା ପରେ ଗତ ଶନିବାର ଊଖଝଇ ଅଚାନକ ଜେଲ୍ରେ ଚଢ଼ଉ କରି ମୋବାଇଲ ଓ ନିଶା ଦ୍ରବ୍ୟ ଜବତ କରି ଲକ୍ଷ୍ମୀସାଗର ଥାନା ଜିମା ଦେଇଥିଲେ। DLSA ଚଢ଼ଉର ଗୋଟିଏ ଦିନ ପରେ ସୌମ୍ୟକାନ୍ତଙ୍କ ଉପରେ ଆକ୍ରମଣ ହୋଇଛି। ତେଣୁ ଝାରପଡ଼ା ଜେଲରେ ଚାଲିଛି କଣ ତାକୁ ନେଇ ପ୍ରଶ୍ନ ଉଠିଛି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe