କନକ ବ୍ୟୁରୋ : କଳାକାରଙ୍କ ମଧ୍ୟରେ ଗ୍ୟାଙ୍ଗଷ୍ଟର ଭୟ । ରାପର ବାଦଶାହାଙ୍କ ଚଣ୍ଡିଗଡ ସ୍ଥିତ କ୍ଲବରେ ବିସ୍ଫୋଣର ପାଇଁ ନିଜକୁ ଦାୟୀ କଲେ ଗ୍ୟାଙ୍ଗଷ୍ଟର ଗୋଲଡି ବାରାଡ ଓ ରୋହିତ ଗୋଦରା । ଉଭୟ ହେଉଛନ୍ତି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସହଯୋଗୀ ଗ୍ୟାଙ୍ଗଷ୍ଟର । ସୋସିଆଲ ମିଡିଆ ପୋଷ୍ଟ କରି ବିସ୍ଫୋରଣ ପଛରେ ଉଭୟ ନିଜକୁ ଦାୟୀକରିଛନ୍ତି । ପୋଷ୍ଟରେ କୁହାଯାଇଛି ଯେ ବଟି ପାଇଁ ନାଇଟକ୍ଲବ ମାଲିକଙ୍କୁ କଲ କରିଥିଲୁ, କିନ୍ତୁ କଲ କେହି ରିସିଭ ନ କରିବାରୁ ବିସ୍ଫୋରଣ କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ମଙ୍ଗବାର ବାଇକରେ କିଛି ଅଜ୍ଞାତ ନାଇଟ କ୍ଲବ ବାହାରେ ବିସ୍ଫୋରକ ସାମଗ୍ରୀ ଫିଙ୍ଗି ଫେରାର ହୋଇଯାଇଥିଲେ । ଘଟଣାରେ ଯଦିଓ କୌଣସି ମୃତାହତର ସୂଚନା ନାହିଁ ତଥାପି ନାଇଟ ବ୍ଲକରେ ବଡ଼ଧରଣର କ୍ଷୟକ୍ଷତି ହୋଇଛି ।
କଳାକାରଙ୍କୁ ଘାରିଛି ଗ୍ୟାଙ୍ଗଷ୍ଟରଙ୍କ ଡର । ରାପର ବାଦଶାହାଙ୍କ ନାଇଟ କ୍ଲବ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ବିଷ୍ଣୋଇ ଗ୍ୟାଙ୍ଗ
ପୋଷ୍ଟରେ କୁହାଯାଇଛି ଯେ ବଟି ପାଇଁ ନାଇଟକ୍ଲବ ମାଲିକଙ୍କୁ କଲ କରିଥିଲୁ, କିନ୍ତୁ କଲ କେହି ରିସିଭ ନ କରିବାରୁ ବିସ୍ଫୋରଣ କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ମଙ୍ଗବାର ବାଇକରେ କିଛି ଅଜ୍ଞାତ ନାଇଟ କ୍ଲବ ବାହାରେ ବିସ୍ଫୋରକ ସାମଗ୍ରୀ ଫିଙ୍ଗି ଫେରାର ହୋଇଯାଇଥିଲେ । ଘଟଣାରେ ଯଦିଓ କୌଣସି ମୃତାହତର ସୂଚନା ନାହିଁ ତଥାପି ନାଇଟ ବ୍ଲକରେ ବଡ଼ଧରଣର କ୍ଷୟକ୍ଷତି ହୋଇଛି ।