ଝାରପଡା ଜେଲରେ ଦାଦାଗିରି । କଏଦୀକୁ ମାଡ ମାରି ମୁଣ୍ଡ ଫଟାଇଦେଲା ଗ୍ୟାଙ୍ଗଷ୍ଟରର ପୁଅ ।

Advertisment

ଜେଲର ଭିତିରି କଥା ଡିଏଲଏସଏକୁ ଜଣାଇବା ପଡିଲା ମହଙ୍ଗା । ମାଡ ମାରି ମୁଣ୍ଡ ଫଟାଇଦେଲା ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ଓ ତା ଗ୍ୟାଙ୍ଗ ।

ଜେଲର ଭିତିରି କଥା ଡିଏଲଏସଏକୁ ଜଣାଇବା ପଡିଲା ମହଙ୍ଗା । ମାଡ ମାରି ମୁଣ୍ଡ ଫଟାଇଦେଲା ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ଓ ତା ଗ୍ୟାଙ୍ଗ ।

Screen Shot

କନକ ବ୍ୟୁରୋ: ଜେଲ ଭିତରେ ଗ୍ୟାଙ୍ଗଷ୍ଟରର ପୁଅର ଦାଦାଗିରି । ଜେଲର ଭିତିରି କଥା ସମ୍ପର୍କରେ ଡିଏଲଏସଏକୁ ସୂଚନା ଦେବା ମହଙ୍ଗା ପଡିଲା । ସୂଚନା ଦେଇଥିବା କଏଦୀଙ୍କୁ ନିର୍ଦ୍ଧୁମ ଛେଚିଲେ ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନା ଓ ତାଙ୍କ ଗ୍ୟାଙ୍ଗ । ଜେଲର ୪ କାନ୍ଥ ଭିତରେ ମାଡ ମାରି କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି ମୁନ୍ନା ଓ ତାଙ୍କ ଗ୍ୟାଙ୍ଗ। 

ଆହତ କଏଦୀଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଣି ଚିକିତ୍ସା କରିଛି ଜେଲ ବିଭାଗ। ଝାରପଡ଼ା ଜେଲ ଭିତରେ ମୋବାଇଲ ବ୍ୟବହାର କରୁଛନ୍ତି କଏଦୀ । ଏନେଇ ସୂଚନା ମିଳିବା ପରେ କୌଣସି ସୂଚନା ନଦେଇ ଅତର୍କିତ ଝାରପଡ଼ା ଜେଲରେ ଚଢାଉ କରିଥିଲେ ଡିଏଲଏସଏ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀ । ଏହି ସମୟରେ ଜଣେ କଏଦୀଙ୍କ ସେଲରୁ ମୋବାଇଲ ଫୋନ ଜବତ ହୋଇଥିଲା । 

ଚଢାଉ ସମୟରେ ଜେଲର କର୍ମଚାରୀଙ୍କ ବିରୋଧରେ ସାଂଘାତିକ  ଅଭିଯୋଗ ଆଣିଥିଲେ କଏଦୀ । ଟଙ୍କା ଦେଲେ ଜେଲରେ ମୋବାଇଲଠୁ ଆରମ୍ଭ କରି ନିଶା ଦ୍ରବ୍ୟ ଯାଏଁ ମିଳୁଥିବା ଅଭିଯୋଗ କରିଛନ୍ତି । ଝାରପଡା ଜେଲରେ ବଡ଼ ବଡ଼ ଗ୍ୟାଙ୍ଗଷ୍ଟାର ଓ ଦୁର୍ଦ୍ଦାନ୍ତ ଅପରାଧୀ ଥିବାରୁ ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe