କନକ ବ୍ୟୁରୋ: ଜେଲ ଭିତରେ ଗ୍ୟାଙ୍ଗଷ୍ଟରର ପୁଅର ଦାଦାଗିରି । ଜେଲର ଭିତିରି କଥା ସମ୍ପର୍କରେ ଡିଏଲଏସଏକୁ ସୂଚନା ଦେବା ମହଙ୍ଗା ପଡିଲା । ସୂଚନା ଦେଇଥିବା କଏଦୀଙ୍କୁ ନିର୍ଦ୍ଧୁମ ଛେଚିଲେ ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନା ଓ ତାଙ୍କ ଗ୍ୟାଙ୍ଗ । ଜେଲର ୪ କାନ୍ଥ ଭିତରେ ମାଡ ମାରି କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି ମୁନ୍ନା ଓ ତାଙ୍କ ଗ୍ୟାଙ୍ଗ।
ଆହତ କଏଦୀଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଣି ଚିକିତ୍ସା କରିଛି ଜେଲ ବିଭାଗ। ଝାରପଡ଼ା ଜେଲ ଭିତରେ ମୋବାଇଲ ବ୍ୟବହାର କରୁଛନ୍ତି କଏଦୀ । ଏନେଇ ସୂଚନା ମିଳିବା ପରେ କୌଣସି ସୂଚନା ନଦେଇ ଅତର୍କିତ ଝାରପଡ଼ା ଜେଲରେ ଚଢାଉ କରିଥିଲେ ଡିଏଲଏସଏ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀ । ଏହି ସମୟରେ ଜଣେ କଏଦୀଙ୍କ ସେଲରୁ ମୋବାଇଲ ଫୋନ ଜବତ ହୋଇଥିଲା ।
ଚଢାଉ ସମୟରେ ଜେଲର କର୍ମଚାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ କଏଦୀ । ଟଙ୍କା ଦେଲେ ଜେଲରେ ମୋବାଇଲଠୁ ଆରମ୍ଭ କରି ନିଶା ଦ୍ରବ୍ୟ ଯାଏଁ ମିଳୁଥିବା ଅଭିଯୋଗ କରିଛନ୍ତି । ଝାରପଡା ଜେଲରେ ବଡ଼ ବଡ଼ ଗ୍ୟାଙ୍ଗଷ୍ଟାର ଓ ଦୁର୍ଦ୍ଦାନ୍ତ ଅପରାଧୀ ଥିବାରୁ ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ।