ଜୀବନ ଭୀକ୍ଷା ମାଗୁଛି ଗ୍ୟାଙ୍ଗଷ୍ଟର ସକିଲ ; ଏନକାଉଣ୍ଟର ଭୟ ଥିବା କହି ଅପଲୋଡ କଲା ଭିଡିଓ

ସୋସିଆଲ ମିଡ଼ିଆରେ ନେହୁରା ହେଲା ଗ୍ୟାଙ୍ଗଷ୍ଟର ସକିଲ । ଏନକାଉଣ୍ଟର ଭୟ ଥିବା କହି ଅପଲୋଡ କଲା ଭିଡ଼ିଓ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ କଲା ଇଚ୍ଛା ।

2gs

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ସକିଲକୁ ଘାରିଲା ଏନକାଉଣ୍ଟର ଭୟ । କଟକ ଅଞ୍ଚଳରେ ଏକଦା ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଗ୍ୟାଙ୍ଗଷ୍ଟର ସକିଲକୁ ଏବେ ଏନକାଉଣ୍ଟର ଭୟ ଘାରିଛି । ଫେସବୁକ ପେଜରେ ଭିଡିଓ ଅପଲୋଡ କରି ସେ ଏବେ ନ୍ୟାୟ ମାଗିଛି । 

ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଭିଡିଓରେ ସକିଲ କହିଛି, ସେ ଏବେ କୌଣସି ଅପରାଧରେ ସମ୍ପୃକ୍ତ ନାହାନ୍ତି । ତାଙ୍କୁ ନ୍ୟାୟ ଦିଆଯାଉ । ଦୋଷୀଙ୍କୁ ଦଣ୍ଡ ମିଳୁ, ନିର୍ଦ୍ଦୋଷଙ୍କୁ ଦଣ୍ଡନମିଳୁ । ସେ ଏବେ ନିର୍ଦ୍ଦୋଷ । ପିଲା ଛୁଆଙ୍କୁ ନେଇ ସଂସାରରେ ରହିବାକୁ ଚାହୁଁଥିବା ସକିଲ କହୁଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଓ ନ୍ୟାୟାଳୟକୁ ଗୁହାରି କରି ତାକୁ ଏନକାଉଣ୍ଟର ନକରିବାକୁ ସକିଲ ନେହୁରା ହୋଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe