କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ସକିଲକୁ ଘାରିଲା ଏନକାଉଣ୍ଟର ଭୟ । କଟକ ଅଞ୍ଚଳରେ ଏକଦା ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଗ୍ୟାଙ୍ଗଷ୍ଟର ସକିଲକୁ ଏବେ ଏନକାଉଣ୍ଟର ଭୟ ଘାରିଛି । ଫେସବୁକ ପେଜରେ ଭିଡିଓ ଅପଲୋଡ କରି ସେ ଏବେ ନ୍ୟାୟ ମାଗିଛି ।
ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଭିଡିଓରେ ସକିଲ କହିଛି, ସେ ଏବେ କୌଣସି ଅପରାଧରେ ସମ୍ପୃକ୍ତ ନାହାନ୍ତି । ତାଙ୍କୁ ନ୍ୟାୟ ଦିଆଯାଉ । ଦୋଷୀଙ୍କୁ ଦଣ୍ଡ ମିଳୁ, ନିର୍ଦ୍ଦୋଷଙ୍କୁ ଦଣ୍ଡନମିଳୁ । ସେ ଏବେ ନିର୍ଦ୍ଦୋଷ । ପିଲା ଛୁଆଙ୍କୁ ନେଇ ସଂସାରରେ ରହିବାକୁ ଚାହୁଁଥିବା ସକିଲ କହୁଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଓ ନ୍ୟାୟାଳୟକୁ ଗୁହାରି କରି ତାକୁ ଏନକାଉଣ୍ଟର ନକରିବାକୁ ସକିଲ ନେହୁରା ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/09/VpP4xvnls0dHok2ZgFDm.jpg)