ଇସ୍ପାତନଗରୀରେ ପୁଣି ଲଜ୍ଜା ; ଘରେ ଛାଡି ଦେବାକୁ କହି ଯୁବତୀଙ୍କୁ ଗଣଦୁଷ୍କର୍ମ କଲେ ଏକାଧିକ ସାଙ୍ଗ!

ରାଉରକେଲାରେ ପୁଣି ଲଜ୍ଜା । ରଘୁନାଥପଲ୍ଲୀ ସେଞ୍ଚୁରୀ ପାର୍କ ନିକଟରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ  । ବିଳମ୍ବିତ ଘରେ ଛାଡିବାକୁ କହି ସାଙ୍ଗମାନେ ଅସଦାଚରଣ କରିଥିବା ଥାନାରେ ଏତଲା ।

22999

କନକ ବ୍ୟୁରୋ: ରାଉରକେଲାରେ ପୁଣି ଲଜ୍ଜା, ରଘୁନାଥପଲ୍ଲୀ ସେଞ୍ଚୁରୀ ପାର୍କ ନିକଟରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ। ସୂଚନା ଅନୁସାରେ ପୀଡିତା ଯୁବତୀ ନିଜ ସାଙ୍ଗମାନଙ୍କ ସହ ଏକ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିଲେ । ରାତିରେ ଘରେ ଛାଡିଦେବାକୁ କହିଥିଲେ ସାଙ୍ଗ । ଏହାର ସୁଯୋଗ ନେଇ ରଘୁନାଥପଲୀ ସେଞ୍ଚୁରୀ ପାର୍କ ନିକଟରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ ସାଙ୍ଗମାନେ । ଏନେଇ ଯୁବତୀ ଜଣକ ଥାନାରେ ଏତଲା ଦେବା ପରେ ଘଟଣା ସାମ୍ନାକୁ ଆସିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe