କନକ ବ୍ୟୁରୋ: ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ।  ଯୁବତୀ ଜଣକ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଆସିଥିବା ବେଳେ ପ୍ରାୟ ୧୦ଜଣ ଦୁର୍ବୃତ୍ତ ପ୍ରଥମେ ଘେରିଯାଇଥିଲେ । ଆଉ ଏହାପରେ ୩ ଜଣ ଯୁବକ ଦୁଷ୍କର୍ମ କରିଥିବାବେଳେ ଅନ୍ୟମାନେ ସହଯୋଗ କରିଥିବା ଅଭିଯୋଗ ହୋଇଛି । ତେବେ ଗୋପାଳପୁର ପୁଲିସ ଏହି ମାମଲାରେ ୭ଜଣଙ୍କୁ ଅଟକ ରଖିଛି । ସେମାନଙ୍କ ମଧ୍ୟରେ ଜଣେ ଦୁଷ୍କର୍ମ ଅଭିଯୁକ୍ତ ଅଛି ଏବଂ  ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି । ତେବେ ଅଭିଯୁକ୍ତମାନେ ହିଞ୍ଜିଳି ଅଞ୍ଚଳର ବୋଲି ଜଣାପଡିଛି । ପୁଲିସ ଅଧିକ ତଦନ୍ତ ଚଳାଇଛି । ତେବେ ଗତକାଲି ରଜ ସଂକ୍ରାନ୍ତିରେ ଯୁବତୀ ଏବଂ ତାଙ୍କ ପୁରୁଷ ବନ୍ଧୁ ଗୋପାଳପୁର ବେଳାଭୂମି ବୁଲିବାକୁ ଯାଇଥିଲେ, କିନ୍ତୁ ସଂକ୍ରାନ୍ତି ଯୋଗୁଁ ବେଳାଭୂମିରେ ବେଶୀ ଭିଡ଼ ନଥିଲା । ଏହାର ସୁଯୋଗ ନେଇ ଅଭିଯୁକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।