କନକ ବ୍ୟୁରୋ : ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରେ Sustainable Development Goal Program, District  Planning and Monitory Unit, Sambalpur ତରଫରୁ ଉଦଯାପିତ  ହୋଇଯାଇଛି ।  ଏହି ପ୍ରୋଗ୍ରାମ ରେ ଜିଲ୍ଲା ସ୍ତରୀୟ ବିଭିନ୍ନ ମହାବିଦ୍ୟାଳୟ ର ବିଭିନ୍ନ ବିଭାଗର ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ ।  ଏହି G.M.U (Gangadhar Meher University) ର Vice Chancellor ଏବଂ Sambalpur University(Jyoti Vihar) ର Vice Chancellor ଙ୍କ ସହିତ ଅନେକ ବରେଣ୍ୟ ଅଧ୍ୟାପକ ଯୋଗଦାନ କରିଥିଲେ । ଏହି ଆୟୋଜନ ରେ ତିନୋଟି ସ୍ତରର ଏବଂ Competition ବା ପ୍ରତିଯୋଗୀତା ହୋଇଥିଲା ।  Exhibition S.D.G Model,Elocution Competition on S.D.Gs ଏବଂ General knowledge Competition SDGs | ଏହି ଆୟୋଜନରେ ଯୋଗଦାନ କରିଥିବା ଛାତ୍ର ଛାତ୍ରୀ ନିଜ ର ବୁଦ୍ଧିଦୀପ୍ତ ବିବେକର ପରିଚୟ ଦେବା ପାଇଁ ସୁଯୋଗ ପାଇଥିଲେ ।  ଆୟୋଜିତ ପୋଗ୍ରାମରେ ସମ୍ବଲପୁର ସ୍ଥିତ ବୈଦିକ ଡିଗ୍ରୀ କଲେଜର ଛାତ୍ର ଛାତ୍ରୀ ମଧ୍ୟ ଯୋଗଦାନ କରିଥିଲେ ଏବଂ ସଫଳତା ଅର୍ଜନ କରିଥିଲେ .. Exhibition of SDGs Model  ରେ ବୈଦିକ ଡିଗ୍ରୀ କଲେଜର ପଦାର୍ଥ ବିଜ୍ଞାନର ଛାତ୍ରୀ ରୀତୁପର୍ଣ୍ଣା ବାରିକ  ଏବଂ ଜୀବ ବିଜ୍ଞାନର ଛାତ୍ରୀ ଅନ୍ଵେଷା ପ୍ରଧାନ ପ୍ରଥମ ସ୍ଥାନ ରେ ସଫଳତା ଅର୍ଜନ କରିଥିଲେ ।  ସେହିପରି ବକୃତା ପ୍ରତିଯୋଗୀତାରେ ବ୍ୟବସାୟ ପ୍ରଶାସନିକ ବିଭାଗ ଛାତ୍ରୀ ଚାଲବୀ ଚାୱଡା ଦିତୀୟ ସ୍ଥାନରେ କୃତିତ୍ଵର ସହିତ ସଫଳତା ଅର୍ଜନ କରିଥିଲେ.ଶିକ୍ଷାର୍ଥୀଙ୍କ ଏଭଳି ସଫଳତା ପାଇଁ ବୈଦିକ ଡିଗ୍ରୀ କଲେଜ ଅଧକ୍ଷ୍ୟା ଡ. ଶ୍ଵେତା ମିଶ୍ର ଙ୍କ ସହିତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସଫଳି କୃତ ଛାତ୍ରୀଙ୍କୁ ଶୁଭେଚ୍ଛା  ଜଣାଇଛନ୍ତି

Advertisment