କନକ ବ୍ୟୁରୋ: ଫେସବୁକରୁ ସମ୍ପର୍କ । ଚାଟିଂରୁ ଚିଟିଙ୍ଗ । କଣ୍ଠଶିଳ୍ପ ହେବାର ସ୍ୱପ୍ନ ଦେଖାଇ, ଇଜ୍ଜତ ଲୁଟିନେଲା । ସେତିକିରେ ମନ ବୁଝି ନଥିଲା, ସାଙ୍ଗକୁ ଲଗାଇ ଗଣ ଦୁଷ୍କର୍ମ କଲା । ଏ ହେଉଛି ସେହି ସୈତାନ୍ । ନାଁ- ଚନ୍ଦନ କୁମାର ହାତୀ ଓରଫ ଚାନ୍ଦୁ  । ଯୁବତୀଙ୍କୁ ଚାନ୍ସ ଦେବା ନାଁରେ ରଚିଥିଲା ରୋମାନ୍ସ କରିବାର ଷଡଯନ୍ତ୍ର । ବିଛାଇଥିଲା ଜାଲ, ଲଜକୁ କରିଥିଲା ଢାଲ । ଗଣ ଦୁଷ୍କର୍ମ ପାଇଁ ଚକ୍ରାନ୍ତ କରିଥିଲା ଚନ୍ଦନ  । ଜଣେ ନାଚ ଶିକ୍ଷୟତ୍ରୀଙ୍କୁ ଭିଡିଓ ମ୍ୟୁଜିକ କରାଇଦେବାର ପ୍ରଲୋଭନ ଦେଖାଇଥିଲା । ଫଟୋ ସୁଟ୍ ବାହାନାରେ ଚନ୍ଦ୍ରଶେଖରପୁରରେ ଥିବା ପୋଖରାନ୍ ଭିଲେଜ ପାଖ ସାଇମାର୍ଗ ଲଜକୁ ଡାକିଥିଲା  । ଲଜରେ ପହଞ୍ଚିବା ପରେ, ଚନ୍ଦନ ତାର ସହଯୋଗୀ ପ୍ରସନ୍ନ ଆଚାର୍ଯ୍ୟକୁ ଡାକିଥିଲା । ସେଠାରେ ଉପସ୍ଥିତ ଲଜ କେୟାର ଟେକର ରାଜେଶ ଦାସ ଯୋଜନା ମୁତାବକ ପହଞ୍ଚି ଯାଇଥିଲା । ଆଉ ଚନ୍ଦନର ଚକ୍ରବ୍ୟୁହରେ ଫସି ଯାଇଥିଲେ ଯୁବତୀ  । 

Advertisment

ଜଣକ ପରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା  । ଏନେଇ ପାଟି ଖୋଲିଲେ ଜହ୍ଲାଦ ମାନେ ଜୀବନରୁ ମାରି ଦେବାକୁ ଧମକ ବି ଦେଇଥିଲେ । ମହିଳା ଥାନା ପୁଲିସ ଗଣ ଦୁଷ୍କର୍ମ ମାମଲା ରୁଜୁ କରିବା ପରେ, ୩ ଭିଯୁକ୍ତଙ୍କୁ ଗିରଫ କରିଛି । ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ସହ କ୍ରାଇମସିନରେ ଖାନତଲାସି କରିଥିଲା  । ପୂଜା ପୂର୍ବରୁ ରାଜଧାନୀ ଛାତି ଉପରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।