କନକ ବ୍ୟୁରୋ : ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲା। ଘଟଣାସ୍ଥଳରେ ପହଞ୍ଚିଲା ସାଇଣ୍ଟିଫିକ୍  ଟିମ୍ । ଗୋପାଳପୁର ଥାନାରେ ପହଞ୍ଚିଲେ ସାଇଣ୍ଟିଫିକ୍ ଟିମ ଓ ବ୍ରହ୍ମପୁର ଏସପି ଡ଼ା ସ୍ରବଣା ବିବେକ ଏମ । ଏସପି, ସାଇଣ୍ଟିଫିକ୍ ଟିମ, ଟାଉନ ଏସଡିପିଓ, ଗୋପାଳପୁର ଥାନା ଅଧିକାରୀଙ୍କ ସହ କିଛି ବରିଷ୍ଠ ଅଧିକାରୀ ଗୋପାଳପୁର ଥାନାରେ ରହି ଘଟଣାର ତଦନ୍ତ କରୁଛନ୍ତି । ଗୋପାଳପୁର ଥାନାରୁ ଗଣଦୁଷ୍କର୍ମ ହୋଇଥିବା ଘଟଣାସ୍ଥଳରେ ପହଞ୍ଚିଛନ୍ତି ସମସ୍ତ ଅଧିକାରୀ ।  ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ ତଦନ୍ତ ଆରମ୍ଭ କରିଛି । ମାମଲାରେ ୧୦ ଜଣ ଗିରଫ ହୋଇଛନ୍ତି । ଆଜି ସକାଳେ ବାହାର ରାଜ୍ୟକୁ ଫେରାର ହେଉଥିବାବେଳେ ମାଡ଼ି ବସିଥିଲା ପୁଲିସ। ଗତକାଲି ଗୋପାଳପୁରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା । ଯୁବତୀ ଜଣକ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଆସିଥିବା ବେଳେ ୧୦ଜଣ ଦୁର୍ବୃତ୍ତ ପ୍ରଥମେ ଘେରିଥିଲେ । ୩ ଜଣ ଯୁବକ ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ମାନେ ସହଯୋଗ କରିଥିବା ଅଭିଯୋଗ ହୋଇଛି । ତେବେ ଗୋପାଳପୁର ପୁଲିସ  ଏହି ମାମଲାରେ ପ୍ରଥମେ ୭ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିଲା । ଅନ୍ୟ ଦୁଷ୍କର୍ମକାରୀ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି ପୁଲିସ । ଅଭିଯୁକ୍ତମାନେ ହିଞ୍ଜିଳି ଅଂଚଳର ବୋଲି ଜଣାପଡିଛି । ପୁଲିସ ଅଧିକ  ତଦନ୍ତ ଚଳାଇଛି । ରବିବାର ରଜ ସଂକ୍ରାନ୍ତିରେ ଏମାନେ ଗୋପାଳପୁର ବେଳାଭୂମି ବୁଲିବାକୁ ଯାଇଥିଲେ । କିନ୍ତୁ ସଂକ୍ରାନ୍ତି ଯୋଗୁଁ ବେଳାଭୂମିରେ ବେଶୀ ଭିଡ଼ ନଥିଲା । ଏହାର ସୁଯୋଗ ନେଇ ଅଭିୟୁକ୍ତ ସଂପୃକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।