କନକ ବ୍ୟୁରୋ: କୋଲକାତାରେ ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଛି । ଏଫ୍‌ଆଇଆର୍‌ ଅନୁଯାୟୀ, ପୀଡ଼ିତା ପ୍ରଥମ ବର୍ଷର ଛାତ୍ରୀ ଥିଲେ ଏବଂ କ୍ୟାମ୍ପସକୁ ଅପରାହ୍ନ ୪ଟା ବେଳେ ଯାଇଥିଲେ । ପୀଡ଼ିତା ଅଭିଯୋଗ କରିଛନ୍ତି, ମୁଖ୍ୟ ଅଭିଯୁକ୍ତଙ୍କ ପାଦ ଛୁଇଁ ଛାଡ଼ିବାକୁ ଅନୁରୋଧ କରିଥିଲେ । ହେଲେ ପ୍ରତିଶୋଧ ନେବା ଲକ୍ଷ୍ୟରେ ଜଳୁଥିଲା ମନୋଜିତ । ପୀଡିତା ସହାୟତା ମାଗିଲେ ହେଲେ ମୁହଁ ବୁଲାଇ ଚାଲିଗଲେ ସୁରକ୍ଷାକର୍ମୀ । ଘଟଣାରେ ସୁରକ୍ଷାକର୍ମୀଙ୍କ ସହ ୪ଜଣଙ୍କୁ ଗିରଫ କରିଛି ପୁଲିସ୍ । କୋଲକାତା ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ୫ ଜଣିଆ ଏସଆଇଟି ଟିମ୍ ଗଠନ କରାଯାଇଛି । 

Advertisment

ଆଇନ୍‌ ଛାତ୍ରୀଙ୍କୁ ଗଣଦୁଷ୍କର୍ମ 
ଛାତ୍ରୀଙ୍କୁ ବଳପୂର୍ବକ ଉଠାଇ ନେଇ ସୁରକ୍ଷାକର୍ମୀଙ୍କ ରୁମ୍‌ରେ କରାଯାଇଛି ଦୁଷ୍କର୍ମ 
ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପୂର୍ବତନ ଛାତ୍ର ଅନ୍ୟ ୨ ସିନିୟର ଅନ୍ୟ ଜଣେ ସୁରକ୍ଷାକର୍ମୀ
୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ
ଅଭିଯୁକ୍ତ ମନୋଜିତ ମିଶ୍ର ଟିଏମ୍‌ସି ଛାତ୍ର ପରିଷଦର ପୂର୍ବତନ ଅଧ୍ୟକ୍ଷ
ମୁଖ୍ୟ ଅଭିଯୁକ୍ତ କଲେଜର ପୂର୍ବତନ ଛାତ୍ର ଏବଂ ଆଲିପୁର କୋର୍ଟରେ ଅଭ୍ୟାସ କରୁଥିବା ଜଣେ ଓକିଲ 
ମନୋଜିତ କଲେଜ ସହିତ ୪୫ ଦିନିଆ ଚୁକ୍ତିଭିତ୍ତିକ କର୍ମଚାରୀ ଭାବରେ ଜଡ଼ିତ ଥିଲେ

କୋଲକାତାର ସାଉଥ କୋଲକାତା ଲ’ କଲେଜରେ ୨୪ ବର୍ଷୀୟ ପ୍ରଥମ ବର୍ଷ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ମାମଲାରେ କଲେଜର ସିକ୍ୟୁରିଟି ଗାର୍ଡ ପିନାକୀ ବାନାର୍ଜୀଙ୍କୁ କୋଲକାତା ପୁଲିସ ଗିରଫ କରିଛି । ଜୁନ ୨୫ ସନ୍ଧ୍ୟାରେ କଲେଜ ପରିସରର ସିକ୍ୟୁରିଟି ଗାର୍ଡ ରୁମରେ ଘଟିଥିବା ଅଭିଯୋଗ ହୋଇଛି । ପୁଲିସ ସୂଚନା ଅନୁଯାୟୀ, ଛାତ୍ରୀଙ୍କ ଅଭିଯୋଗ ଆଧାରରେ ତିନି ଅଭିଯୁକ୍ତ - ମନୋଜିତ ମିଶ୍ର, ଜାଇବ ଅହମ୍ମଦ ଏବଂ ପ୍ରମିତ ମୁଖାର୍ଜୀଙ୍କୁ ଗୁରୁବାର ଗିରଫ କରାଯାଇଥିଲା । ଅଭିଯୋଗ ଅନୁଯାୟୀ, ମନୋଜିତ ମିଶ୍ର, ଯିଏ କି ଏକ ସମୟରେ ତୃଣମୂଳ କଂଗ୍ରେସ ଛାତ୍ର ସଂଗଠନର ନେତା ଥିଲେ ଏବଂ ବର୍ତ୍ତମାନ କଲେଜରେ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି, ଛାତ୍ରୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ଛାତ୍ରୀ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବା ପରେ ତାଙ୍କୁ ଜବରଦସ୍ତି ସୁରକ୍ଷା କର୍ମୀଙ୍କ ରୁମକୁ ନେଇଯାଇଥିଲେ ।

ଛାତ୍ରୀ ଅଭିଯୋଗ କରିଛନ୍ତି, ଅଭିଯୁକ୍ତମାନେ ତାଙ୍କୁ ହକି ଷ୍ଟିକରେ ମାଡ଼ ମାରିଥିଲେ, ମାଡ ମରାକୁ ଭିଡିଓରେ ରେକର୍ଡ କରି ସୋସିଆଲ ମିଡିଆରେ ଭାଇରାଲ କରିବାର ଧମକ ମଧ୍ୟ ଦିଆଯାଇଥିଲା । ପୀଡ଼ିତା ସୁରକ୍ଷାକର୍ମୀଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ, କିନ୍ତୁ ପିନାକୀ ବାନାର୍ଜୀ କୌଣସି ସାହାଯ୍ୟ କରି ନଥିଲେ କିମ୍ବା ପୁଲିସକୁ ଖବର ଦେଇନଥିଲେ । ସିସିଟିଭି ଫୁଟେଜରେ ଗାର୍ଡଙ୍କୁ ବାହାରେ ବୁଲୁଥିବାର ଦେଖାଯାଇଛି । ମେଡିକାଲ ପରୀକ୍ଷାରେ ଛାତ୍ରୀଙ୍କ ଶରୀରରେ ଆଘାତ ଏବଂ ଦୁଷ୍କର୍ମର ପ୍ରମାଣ ମିଳିଛି । ଏହି ଘଟଣା ପଶ୍ଚିମବଙ୍ଗରେ ରାଜନୈତିକ ବିବାଦ ସୃଷ୍ଟି କରିଛି, ବିଜେପି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛି । ସେପଟେ ତୃଣମୂଳ କଂଗ୍ରେସ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଛି ।

ପୀଡ଼ିତା କହିଛନ୍ତି, ମୁଖ୍ୟ ଅଭିଯୁକ୍ତଙ୍କ ପାଦ ଛୁଇଁ ଛାଡ଼ିବାକୁ ଅନୁରୋଧ କରିଥିଲେ। କିନ୍ତୁ ଅଭିଯୁକ୍ତ ଶୁଣିନଥିଲେ। ଅଭିଯୁକ୍ତ ଅନ୍ୟ ଦୁଇଜଣଙ୍କୁ ବାହାରକୁ ଯାଇ ଦୁଆର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନୁମାନ କରନ୍ତୁ ଘଟଣାଟି କେତେ ଭୟଙ୍କର ହୋଇଥିବ । ଯେଉଁ ରାଜ୍ୟରେ ମହିଳା ମୁଖ୍ୟମନ୍ତ୍ରୀ ଆଉ ରାଜ୍ୟର ରାଜଧାନୀରେ ଗଣଦୁଷ୍କର୍ମ ଘଟୁଛି ଚିନ୍ତା କରନ୍ତୁ ରାଜ୍ୟରେ ମହିଳା କେତେ ସୁରକ୍ଷିତ ଥିବେ ?