କନକ ବ୍ୟୁରୋ: ବିସର୍ଜନ ବିହୀନ ଗଣେଶ ପୂଜା । ଗଛରେ ପୂଜା ପାଉଛନ୍ତି ଗଣେଶ ଆଉ ପାଖରେ ପଇଡ଼ ସାଜିଛନ୍ତି ବାହାନ ମୂଷିକ । ଏଭଳି ଏକ ନିଆରା ଢଙ୍ଗରେ ଗଣେଶ ପୂଜା ପାଳନ କରୁଛନ୍ତି ବକୁଳ ଫାଉଣ୍ଡେସନ । ପରିବେଶର ସୁରକ୍ଷା ସହ ପ୍ରକୃତିର ସୁରକ୍ଷା ଦାୟିତ୍ୱ ବର୍ତ୍ତମାନର ବଡ଼ ଆହ୍ୱାନ ହୋଇଥିବା ବେଳେ ଗଛକୁ ଗଣେଶ ରୂପେ ସଜାଇ ଏହି ଗଣେଶ ପୂଜା ପାଳନ କରାଯାଉଛି ।  

Advertisment

ବିଜୁ ପଟ୍ଟନାୟକ ପାର୍କ ସ୍ଥିତ ବକୁଳ ଲାଇବ୍ରେରୀ ନିକଟରେ ଏକ ଶିରିସ ଗଛରେ ଗଣେଶଙ୍କ ଆକୃତି ଅଙ୍କା ଯାଇଛି । ଦୁଇ ପାର୍ଶ୍ଵରେ କୁଲାକୁ କାନ ସଦୃଶ ବନ୍ଧା ଯାଇଛି ଯଦ୍ବାରା ଗଛ ସମ୍ପୂର୍ଣ୍ଣ ଗଣେଶ ଆକୃତିର ଦେଖାଯାଉଛି । କେବଳ ସେତିକି ନୁହେଁ କୁଇ ଭାଷାରେ ଗଛ ମଣିଷ କୁହାଯାଉଥିବା ଡେଡି ଲୋକୁ ଉପସ୍ଥିତ ରହି ଲୋକଙ୍କୁ ଗଛର ଉପକାରୀତା ବୁଝାଉଛନ୍ତି । ଏହା ଜରିଆରେ ଗଛ ସହ ଏକ ଆଧ୍ୟାତ୍ମିକ ସମ୍ପର୍କ ସ୍ଥାପନ ହୋଇପାରିବ ଏବଂ ଆଗାମୀ ଦିନରେ ପାର୍କକୁ ଆସୁଥିବା ଅନେକ ଲୋକ ନିଜ ନିଜ ଘରେ ଓ ଅଞ୍ଚଳରେ ଏହିଭଳି ପୂଜା କରିବେ ବୋଲି ମତ ରଖିଛନ୍ତି ବକୁଳ ଫାଉଣ୍ଡେସନର ଫାଉଣ୍ଡର ।