କାର୍ଲିଫର୍ଣ୍ଣିଆରେ ଧୁମଧାମରେ ପାଳିତ ହୋଇଯାଇଛି ଗଣେଶ ପୂଜା । ପ୍ରବାସୀଙ୍କ ମଧ୍ୟରେ ହର୍ଷୋଲ୍ଲାସ

Advertisment

Ganesh Puja celebrated with great fanfare in California

Ganesh Puja celebrated with great fanfare in California

kalifarnia

ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ମଧ୍ୟ ଖୁବ୍‌ ହର୍ଷୋଲ୍ଲାସରେ ପାଳିତ ହୋଇଯାଇଛି ଶ୍ରୀଗଣେଶ ପୂଜା । ଦକ୍ଷିଣ କାଲିଫର୍ନିଆ ସ୍ଥିତ ପ୍ରବାସୀ ଓଡ଼ିଆ ସମାଜ ପକ୍ଷରୁ ବିଘ୍ନବିନାଶକଙ୍କ ପୂଜା ଆୟୋଜିତ ହୋଇଛି । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସମ୍ପୂର୍ଣ୍ଣ ପାରମ୍ପରିକ ପଦ୍ଧତିରେ ପୂଜା ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁମ୍ବାଇ ନିବାସୀ ଓଡ଼ିଆ ସଙ୍ଗୀତଜ୍ଞ ତଥା ପଦ୍ମ ବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ଶିଷ୍ୟ ଶୁଭ୍ରଦୀପ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ପୂଜା ସମେତ ଖଡ଼ି ଛୁଆଁ, ପ୍ରସାଦ ସେବନ ଓ ଛୋଟ ପିଲାମାନଙ୍କର ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ବିଶେଷ ଭାବରେ ମହାପ୍ରଭୁ ଶ୍ରୀଗଣେଶଙ୍କ ୨୧ଟି ନାମ ଓ ଏହାର ମାହାତ୍ମ୍ୟକୁ ନେଇ ଛୋଟ ପିଲାଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ୫ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ପୂଜାରେ ସ୍ଥାନୀୟ ଅଞ୍ଚଳ ସମେତ ଆଖପାଖ ଅଞ୍ଚଳର ପ୍ରାୟ ୩୦୦ ପ୍ରବାସୀ ଓଡ଼ିଆ ଯୋଗଦେଇଥିଲେ । କାଲିଫର୍ନିଆ ପ୍ରବାସୀ ଓଡ଼ିଆ ସମାଜର ପୂଜା ଓ ସାଂସ୍କୃତିକ ମୁଖ୍ୟ ଗଣେଶ ରଥ ଓ ପ୍ରଚେତା ପଣ୍ଡା କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ। ଏହାସହ ବିଶେଷ ଭାବରେ ଯୁବଗୋଷ୍ଠୀ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ସହଯୋଗ ମଧ୍ୟ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe