କନକବ୍ୟୁରୋ : ଆଗକୁ ଆସୁଛି ଗଣେଶ ଚତୁର୍ଥୀ । ସବୁଠି ଚାଲିଛି ପୂଜା ପ୍ରସ୍ତୁତି  ।   ସମ୍ବଲପୁରରେ ଏକ ନିଆରା ଗଣେଶଙ୍କ ମୂର୍ତ୍ତି କରାଯାଇଥିବା ଦେଖିବାକୁ ମିଳିଛି । ସମ୍ବଲପୁର କ୍ଷେତରାଜପୁରରେ ପ୍ରାୟ ୧୫ ଶହ ସେଓରେ ତିଆରି ହୋଇଛି ଗଣେଶ ମୂର୍ତ୍ତି ।   ନଟରାଜ କ୍ଲବ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସେଓରେ ତିଆରି କରାଯାଉଛି ଏହି ସୁନ୍ଦର ଗଣେଶ ।  ସେପଟେ ଗଣେଶ ପୂଜାକୁ ଆଉ ଗୋଟିଏ ଦିନ ବାକି  ।   ଚଳଚଞ୍ଚଳ ବଜାର ଘାଟ। ବାଲେଶ୍ୱରର ସହରର ବିଭିନ୍ନ ସ୍ଥାନରେ ଖୋଲିଛି ମୂର୍ତ୍ତିର ପସରା। ଛୋଟରୁ ବଡ଼ ଅନେକ ପ୍ରକାର ଗଣେଶ ମୂର୍ତ୍ତି ମିଳୁଛି। ମାଟି ମୂର୍ତ୍ତି ଅପେକ୍ଷା ପ୍ଲାଷ୍ଟର ଅଫ୍‌ ପ୍ୟାରିସ ମୂର୍ତ୍ତିର ଚାହିଦା ବେଶି  ।   ଏହି ମୂର୍ତ୍ତି ଗୁଡ଼ିକ ସୁନ୍ଦର ଦେଖାଯାଉଥିବାରୁ ଲୋକେ ଏହାକୁ କିଣି ନେଉଛନ୍ତି।  ।