କନକ ବ୍ୟୁରୋ:  ଆଜି ୦୨.୧୦.୨୦୨୫ ରିଖ ଗୁରୁବାର ଦିନ ଡି.ଏ.ଭି. ପବ୍ଲିକ ସ୍କୁଲ, କାଂସବାହାଲ ପ୍ରାଙ୍ଗଣରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ପ୍ରହଲ୍ଲାଦ ଦେବତା ଗାନ୍ଧିଜୀ ଏବଂ ଶାସ୍ତ୍ରୀଜୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।  ଏହା ପରେ କାର୍ଯ୍ୟକ୍ରମ ଆରମ୍ଭରେ ବିଦ୍ୟାଳୟର ଶିକ୍ଷକ ଦୀପକ ମାନ୍ନା  ଶ୍ଳୋକ ପାଠ କରି ବିଦ୍ୟାଳୟର ପରିବେଶକୁ ପବିତ୍ର କରିଥିଲେ | ଏହାପରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ସଙ୍ଗୀତ ଶିକ୍ଷକ ଦୀପକ ମାନ୍ନାଙ୍କ ଦ୍ଵାରା ସାମୂହିକ ଭଜନ ଗାନ କରାଯାଇଥିଲା ।

Advertisment

ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତି ଗାନ୍ଧିଜୀ ଏବଂ ଶାସ୍ତ୍ରୀଜୀଙ୍କ ଆଦର୍ଶପୂର୍ଣ୍ଣ ଜୀବନୀ ଉପରେ ଆଲୋକପାତ କରି ଶିକ୍ଷାର୍ଥୀଙ୍କର ମାର୍ଗଦର୍ଶନ କରିଥିଲେ ଏବଂ ଛାତ୍ରୀ ବୈଶାଖୀ ବାରିକ ଓ ଲକ୍ଷ୍ମୀପ୍ରିୟା ସେନା ଗାନ୍ଧିଜୀ ଓ ଶାସ୍ତ୍ରୀଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ଜିତେନ୍ଦ୍ର ନାରାୟଣ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପ୍ରଦାନ କରିବା ସହ ସମଗ୍ର କାର୍ଯ୍ୟକ୍ରମରସଂଯୋଜନା ଓ ପରିଚଳନା ଦାୟିତ୍ଵ ସଂପାଦନ  କରିଥିଲେ I

କାର୍ଯ୍ୟକ୍ରମର ଶେଷରେ ବିଦ୍ୟାଳୟ ତରଫରୁ ଏକ ସ୍ଵଚ୍ଛ ଅଭିଯାନ କାର୍ଯ୍ୟକ୍ରମ କାଂସବାହାଲ ଅଞ୍ଚଳରେ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷାର୍ଥୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନଙ୍କ ଦ୍ଵାରା  ବିଦ୍ୟାଳୟ ପରିସର ସହ ମାର୍କେଟ ପରିସରର ସଫେଇ କାର୍ଯ୍ୟ କରାଯାଇ ଲୋକମାନଙ୍କୁ ସ୍ୱଚ୍ଛ ଭାରତର ଗୁରୁତ୍ୱ ସଂପର୍କରେ ଅବଗତ କରାଯାଇଥିଲା ।  ଏହିପରି ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରୀନା ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଶିକ୍ଷକ,ଶିକ୍ଷୟିତ୍ରୀ, ଅଣଶିକ୍ଷକ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ଅବଦାନ ଓ ସହଯୋଗିତାରେ ଆଜିର କାର୍ଯ୍ୟକ୍ରମ ସଫଳତାର ସହିତ ସମାପ୍ତ ହୋଇଥିଲା ।