କନକ ବ୍ୟୁରୋ : ବରଗଡ଼ ପାଲଟିଲାଣି ଜୁଆଡ଼ିଙ୍କ ଅଡ୍ଡା । ଦୀର୍ଘ ଦିନ ଧରି ହୋଟେଲରେ ଚାଲୁଥିଲା ଜୁଆ ଖେଳ । ଜନ୍ମ ଦିନ ପାର୍ଟି ପାଇଁ ବୁକ୍‌ ହୋଇଥିଲା ରୁମ୍‌ । ହେଲେ ଚାଲୁଥିଲା ଜୁଆ ଖେଳ । କୌଣସି ସୁତ୍ରରୁ ଖବର ପାଇ ବରଗଡ଼ ସ୍ଥିତ ଏକ ହୋଟେଲ୍‌ରେ ଚଢ଼ାଉ କରିଥିଲା ପୋଲିସ । ଗତକାଲି ରାତିରେ ହୋଟେଲ ମଙ୍ଗଳମ୍‌ ପ୍ୟାଲେସରେ ଜୁଆ ଖେଳ ଚାଲିଥିବାବେଳେ ମାଡ଼ି ବସିଲା ପୋଲିସ । 

Advertisment

ହୋଟେଲ ମ୍ୟାନେଜର ସମେତ ଛତିଶଗଡ ସାରଙ୍ଗଗଡ ଅଂଚଳର ୨୫ଜଣ ଜୁଆଡ଼ିକୁ ଗିରଫ କରିଛି ପୋଲିସ । ଏହାସହ ୫ଟି ଚାରିଚକିଆ ଗାଡି, ୬ ଲକ୍ଷ ୪୦ହଜାର ନଗଦ ଟଙ୍କା, ୨୪ଟି ମୋବାଇଲ ସହ ୬ ପ୍ୟାକେଟ ତାସ ଜବତ କରିଛି ପୋଲିସ । ଗୋଟିଏ ଜବତ କାରରେ କଂଗ୍ରେସର ଚିହ୍ନ ଥିବାବେଳେ ଅଧ୍ୟକ୍ଷ ଲେଖା ହୋଇଛି । ବାର୍ଥଡେ ପାର୍ଟି ପାଇଁ ୨ଟି ରୁମ ଵୁକ୍ କରାଯାଇଥିଲା, ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ବରଗଡ଼ ଏସଡିପିଓ ।